ଓଲଟିଲା ଯାତ୍ରୀବାହୀ ଘରୋଇ ବସ

ଖୋର୍ଦ୍ଧା :-(ଶୁଭ ଖବର)ଖୋର୍ଦ୍ଧା ପିତାପଲ୍ଲୀ ଛକ ଜୋର ଶଙ୍ଖ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   ପୋଲସରା ଅଭିମୁଖେ ୪୦ରୁ ଅଧିକ ଯାତ୍ରୀ ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ସେମାନଙ୍କ ମଧ୍ୟରୁ ୨୨ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟଲୋକ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୁଲିସ ପହଞ୍ଚି ବସ୍‌କୁ ଜବତ କରିଥିବା ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାଇ, ଆଜି ନୀଳକଣ୍ଠ ନାମକ ଏକ ଘରୋଇ ବସ ଭୁବନେଶ୍ବରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ପିତାପଲ୍ଳୀ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଛି। ଦୁର୍ଘଟଣାରେ ୭ ଯାତ୍ରୀ ଗୁରୁତର, ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧ‌ ମେଡିକାଲରେ ଭର୍ତ୍ତି କରିଛନ୍ତି। ସମସ୍ତଙ୍କ ସେଠାରେ ଚିକିତ୍ସା ଜାରି ରହିଛି। ତେବେ ଦୁର୍ଘଟଣା ପରେ ପିତାପଲ୍ଲୀ ଛକ ଜୋର ଶଙ୍ଖ ନିକଟରେ ରାସ୍ତା‌ରେ ଟ୍ରାଫିକ୍ ଜାମ୍ ସମସ୍ୟା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଶିଳ୍ପାଞ୍ଚଳ ଥାନା ପୁଲିସ ପହଞ୍ଚ ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା ଗ୍ରସ୍ତ ବସ୍‌ଟିକୁ ଜବତ କରିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *