ପଞ୍ଚାୟତ କର୍ମଚାରୀଙ୍କ ପାଇଁ ବଡ଼ ଖବର, PEOଙ୍କ ପଦୋନ୍ନତି ସୁଯୋଗ ବଢ଼ିଲା

ଭୁବନେଶ୍ୱର :-ରାଜ୍ୟର ପଞ୍ଚାୟତ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO)ଙ୍କ ସେବା ନିୟମରେ ପରିବର୍ତ୍ତନ ସହ ପଦୋନ୍ନତିର ସୁଯୋଗ ବୃଦ୍ଧି ନେଇ ଖବର ସାମ୍ନାକୁ ଆସିଛି।
ପ୍ରକାଶିତ ସୂଚନା ଅନୁଯାୟୀ, କ୍ୟାବିନେଟ୍‌ରେ PEOଙ୍କ ସେବା ନିୟମକୁ ମଞ୍ଜୁରି ମିଳିଛି। ଏହାଦ୍ୱାରା PEOଙ୍କଠାରୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ (GPDO) ପଦକୁ ପଦୋନ୍ନତି ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ।


ଏଥିସହ ପେ-ଲେଭଲ୍‌-୭ ଓ ପେ-ଲେଭଲ୍‌-୯ରେ ପଦୋନ୍ନତି ବ୍ୟବସ୍ଥା, PEOଙ୍କ ଗ୍ରାଜୁଏସନ୍ ଯୋଗ୍ୟତା ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ସେବାକୁ ଅଧିକ ସୁସଂଗଠିତ କରିବ ।

Advertisement


ଏହି ପଦକ୍ଷେପ କାର୍ଯ୍ୟକାରୀ ହେଲେ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ PEOମାନଙ୍କର କ୍ୟାରିୟର ବିକାଶ ସହ ପ୍ରଶାସନିକ ଦାୟିତ୍ୱ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।


ତେବେ ଏହି ସେବା ନିୟମର ସମ୍ପୂର୍ଣ୍ଣ ବିବରଣୀ, ପଦୋନ୍ନତିର ସର୍ତ୍ତାବଳୀ ଓ କାର୍ଯ୍ୟକାରିତା ସମ୍ପର୍କରେ ସରକାରୀ ବିଜ୍ଞପ୍ତିକୁ ଅପେକ୍ଷା ରହିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *