ପୁରୀ – ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର ଲୀଳା ପୁଣି ଥରେ ଦେଖିବାକୁ ମିଳିଛି। ରାତିରେ ଶ୍ରୀମନ୍ଦିର ଉପରେ ନୀଳଚକ୍ରରେ ପତାକା ପରିବର୍ତ୍ତନ କରୁଥିଲେ ଚୁନରା ସେବାୟତ। ଏହି ସମୟରେ ହଠାତ୍ କଳାହାଣ୍ଡିଆ ମେଘ ଆକାଶକୁ ଆଚ୍ଛାଦିତ କରିଦେଲା। ପଶ୍ଚିମ ଆକାଶ ଚିରି ବଜ୍ରପାତ ହେଲା। ବିଜୁଳି ଠିକ୍ ନୀଳଚକ୍ର ପାଖ ଦେଇ ଚମକି ଉଠିଲା।ହେଲେ ଆଶ୍ଚର୍ଯ୍ୟର କଥା, ନୀଳଚକ୍ରରେ ବାନା ବାନ୍ଧୁଥିବା ଚୁନରା ସେବାୟତଙ୍କ ଉପରେ ଏହାର ନା କୌଣସି ପ୍ରଭାବ ପଡିଲା, ନା କିଛି ବିପଦ ହେଲା। ସବୁ ଟଳିଗଲା, ସବୁ ସୁରକ୍ଷିତ ରହିଲା।

ଭକ୍ତମାନେ କହୁଛନ୍ତି – ଏହା କାଳିଆ ର କମାଲ । ଯେଉଁଠି ସେ ଥାଏ, ସବୁ ବିପତ୍ତି ଟଳିଯାଏ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
