ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନଦେଲେ ଶିଳ୍ପାଞ୍ଚଳରେ ତାଲା ପକାଇବା ଚେତାବନୀ


ବେଗୁନିଆ, ଅଗଷ୍ଟ ୧୧: ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦାବିରେ ବେଗୁନିଆ ଗ୍ରାମପଞ୍ଚାୟତ ଅଧୀନ ଭୂଇଁପୁର ଶିଳ୍ପାଞ୍ଚଳରେ ଥିବା MAAS କମ୍ପାନୀ ପରିସରରେ ଆଜି ଆଲୋଚନା ଓ ପ୍ରତିବାଦ କରାଯାଇଥିଲା। ଏଥିରେ ବେଗୁନିଆ-ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସମେତ ଉପସ୍ଥିତ ନେତୃବୃନ୍ଦ ଯୋଗଦେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।


ସ୍ଥାନୀୟ ଯୁବକ-ଯୁବତୀଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଆଜିର ଆଲୋଚନା ସମୟରେ ବେଗୁନିଆ-ବୋଲଗଡ଼ ଅଞ୍ଚଳର ଯୋଗ୍ୟ ଯୁବକ-ଯୁବତୀଙ୍କୁ ନିଯୁକ୍ତିରେ ସୁଯୋଗ ଦେବାକୁ ଦାବି କରାଯାଇଥିଲା।

Advertisement


“ଆମ ମାଟି, ଆମ ଶିଳ୍ପ, ଆମ ନିଯୁକ୍ତି” ନାରା ଦେଇ ସ୍ଥାନୀୟ ଯୁବକଙ୍କ ନିଯୁକ୍ତି ଅଧିକାର ପ୍ରସଙ୍ଗ ଉଠାଯାଇଥିଲା। ଯୋଗ୍ୟ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତିରୁ ବଞ୍ଚିତ କରାଯିବାକୁ ଦିଆଯିବ ନାହିଁ ବୋଲି ବିଧାୟକ ଓ ଉପସ୍ଥିତ ନେତୃବୃନ୍ଦ କହିଥିଲେ।


ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ଏବଂ ଆବଶ୍ୟକ ପଡ଼ିଲେ ଶିଳ୍ପାଞ୍ଚଳରେ ତାଲା ପକାଇବା ଭଳି କଠୋର ପଦକ୍ଷେପ ନିଆଯିବ ବୋଲି ବିଧାୟକ ଓ ଉପସ୍ଥିତ ନେତୃବୃନ୍ଦ ଚେତାବନୀ ଦେଇଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *