ଦିବଙ୍ଗତ ସାମ୍ୱାଦିକ ଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ

ଖୋରଧା-୧୯/୪- ଗତ ଦଶଦିନ ତଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ସାପ୍ତାହିକ ଖବର କାଗଜ ” ପ୍ରଥମ” ର ଖୋରଧା ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ଅୟସ କାନ୍ତ ମହାନ୍ତି ଦେହାନ୍ତ ହୋଇଯାଇଥିଲା l ସେ ଜଣେ ପ୍ରଚଣ୍ଡ ପ୍ରତିଭା ର ଅଧିକରୀ ଥିଲେ l ଅନେକ ଗୁଡିଏ ଓଡ଼ିଆ ସିରିଏଲ ରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ l ତାଙ୍କର ଅକାଳ ବିୟୋଗରେ ଖୋରଧା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା l

Advertisement

ଆଜି ଜିଲ୍ଲା ପ୍ରେସ କ୍ଲବ ର ଏକ ପ୍ରତିନିଧି ମଣ୍ଡଳୀ ପ୍ରକାଶ କୁମାର ହାତୀ ଙ୍କ ନେତୃତ୍ୱ ରେ ଦିଲ୍ଲୀପ କୁମାର ପଟ୍ଟନାୟକ, ସୟଦ ଅନସର ଅଲ୍ଲି, ଶୁଭକାନ୍ତ ମହାପାତ୍ର, ଶୁଭଲକ୍ଷ୍ମୀ ସାମନ୍ତରାୟ, ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ, ଏମ.ଡି.ଇମଦାଦ ସରିଫ ପ୍ରମୁଖ ଅୟସ କାନ୍ତ ଙ୍କ ବାସ ଭବନ କୁ ଯାଇ ତାଙ୍କ ପରିବାର ସଦସ୍ୟ ଙ୍କୁ  ସମବେଦନା ଜଣାଇବା ସହିତ ପ୍ରେସ କ୍ଲବ ର ସଦସ୍ୟ ମାନଙ୍କ ପକ୍ଷରୁ ସଂଗୃହିତ ଅର୍ଥ ରାଶି ୧୧୫୦୦ ଟଙ୍କା ତାଙ୍କ ଭଉଣୀ ଙ୍କୁ ପ୍ରଦାନ କରଯାଇଥିଲା ଏବଂ ରାଜ୍ୟ ସରକାର ଙ୍କ ପକ୍ଷରୁ ମୃତ୍ୟୁ ବରଣ କରିଥିବା ସାମ୍ୱାଦିକ ମାନଙ୍କ ନିମନ୍ତେ ଯେଉଁ ସହାୟତା ରାଶି ଘୋଷଣା କରାଯାଇଛି ତାହା କିପରି ଅୟସ କାନ୍ତ ଙ୍କ ପରିବାର ପାଇ ପାରିବେ ସେଥିନିମନ୍ତେ ଜିଲ୍ଲା ପ୍ରେସ କ୍ଲବ ଖୋରଧା ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତଶ୍ରୁତି ପ୍ରଦାନ କରଯାଇଥିଲା l ଜିଲ୍ଲା ପ୍ରେସ କ୍ଲବ ର ଏଭଳି ମହନୀୟତା କାର୍ଯ୍ୟ ପାଇଁ ସାଧାରଣ ଉଚ୍ଚ ପ୍ରଶଂସା କରାଯାଇଛି l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *