ମୁଖ୍ୟମନ୍ତ୍ରୀଙ୍କ ବେଗୁନିଆ ଗସ୍ତ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଉଠାଇଲା ପୁଲିସ


ଖୋର୍ଦ୍ଧା,୮ା୪ : ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଗ୍ରସ୍ତ କରିଛନ୍ତି । ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ସମୁଦାୟ ୩୬ ଗୋଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ୨୫ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ହୋଇଥବା ବେଳେ ୧୧ ଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଛି ।

Advertisement

ତେବେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ନିଯୁକ୍ତି ଓ ସୁଶାସନ ପ୍ରଦାନରେ ଅକ୍ଷମତା ଦର୍ଶାଇ କଂଗ୍ରେସ ଆଜି ପ୍ରତିବାଦ କରିବା ଆଶଙ୍କା କରି ଜିଲ୍ଲା ପୁଲିସ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଉଠାଇ ଆଣି ସାଢେ ୬ଘଂଟା ଅଟକ ରଖିଥିଲା । ଶିଳ୍ପାଂଚଳ ପୁଲିସ ପୂର୍ବାହ୍ନ ସାଢେ ୯ଟାରୁ କଂଗ୍ରେସ ନେତ୍ରୀ ସୋନାଲୀ ସାହୁ ଓ ତାଙ୍କ ୬ରୁ ଉଦ୍ଧ୍ୱର୍ କର୍ମୀଙ୍କୁ ଏବଂ ଆଦର୍ଶଥାନା ପୁଲିସ ନଗର କଂଗ୍ରେସ ସଭାପତି ରଣଜିତ୍ ମହାପାତ୍ରଙ୍କ ସମେତ ତାଙ୍କ ସମର୍ଥକଙ୍କୁ ଆଣି ଅଟକ ରଖିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ପରେ ଅପରାହ୍ନ ୪ଟାରେ ସମସ୍ତ କଂଗ୍ରେସ କର୍ମୀଙ୍କୁ ଛଡାଯାଇଥିବା ଥାନା ପକ୍ଷରୁ କୁହାଯାଇଛି ।


  କଂଗ୍ରେସ ନେତ୍ରୀ ଶ୍ରୀମତୀ ସାହୁ କୁହନ୍ତି, ଏମାନେ କହୁଛନ୍ତି ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ କିନ୍ତୁ ଭୁବନେଶ୍ୱର ରୁ ବୋଲଗଡ ମାତ୍ର କେଇ ସମୟ ର ରାସ୍ତା ହୋଇଥିଲେ ମଧ୍ୟ ଲୋକଙ୍କ ଟିକସ ପଇସାକୁ ପାଣିରେ ପକାଇ ହେଲିକ୍ୟାପ୍ଟରରେ ଆସିବା କି ଆବଶ୍ୟକତା ରହିଛି । ପୂର୍ବରୁ ଏମାନେ ପୂର୍ବ ସରକାରଙ୍କ ହେଲିକ୍ୟାପ୍ଟର ଗସ୍ତକୁ ବିରୋଧ କରୁଥିବାବେଳେ ସେମାନେ ଏବେ କିପରି ସେହି ପୁରୁଣା ପଦ୍ଧତିକୁ ଆପଣାଉଛନ୍ତି ବୋଲି ସୋନାଲି ପ୍ରଶ୍ନ କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *