କାଇପଦର ରେ ଚାଲିଛି ୧୫୫ତମ ବାଦୀ ପାଲା ମହୋତ୍ସବ :
ଏପ୍ରିଲ ଏକ ତାରିଖରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ

ଖୋର୍ଦ୍ଧା, (04/04):- ଖୋର୍ଦ୍ଧା ଉପକଣ୍ଠ ଭାଇଚାରା ର ଗାଁଁ ବୋଖରୀ ବାବା ଙ୍କ ପୀଠ କାଇପଦର ରେ  ୧୮୭୨ମସିହାରୁ ବାଦୀ ପାଲ୍ଲା ଅନୁଷ୍ଠିତ ହୋଇ ଆସୁଅଛି। ଏବର୍ଷ ପାଳିତ ହେଉଛି ୧୫୫ତମ ବାର୍ଷିକ ପାଲ୍ଲା ମହୋତ୍ସବ।
ପ୍ରକାଶ ଥାଉକି ଉକ୍ତ ଗ୍ରାମର ସୁପୁତ୍ର ଈଶ୍ୱର ଚନ୍ଦ୍ର ମଙ୍ଗରାଜ ୨୦୦୧ ରେ ଏହି ପାଲା ସ୍ଥଳୀରେ ଏକ ମନ୍ଦିର ଓ ନାରାୟଣ ମୂର୍ତ୍ତି  ସ୍ଥାପନ କରିଥିଲେ । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଠାକୁର ଜନ୍ମ ବାର୍ଷିକ ପୂଜା ପାଲା ଗାୟକ ରବିନ୍ଦ୍ର କୁମାର ଷଡ଼ଙ୍ଗୀ କରିଛନ୍ତି। ଏହି ପୂଜା ରେ କର୍ତ୍ତା ଭାବେ ମନ୍ଦିର ପ୍ରତିଷ୍ଠାତା ଈଶ୍ୱର ମଙ୍ଗରାଜ ଓ କର୍ତ୍ତୀ ଭାବେ ତାଙ୍କ ଧର୍ମ ପତ୍ନୀ ବିନୋଦିନୀ ମଙ୍ଗରାଜ ବସି ଜନ୍ମ୍ ପାଲା ଓ ସମୂହ ବାଦୀ ପାଲା ପୁଜା କୂଳ ପୁରୋହିତ  ରବି ମିଶ୍ର ସମ୍ପାଦନ କରିଥିଲେ।


ଏହି ଉତ୍ସବ ଏପ୍ରିଲ ଏକ ତାରିଖରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଚାଲିବ। ଉକ୍ତ ବାଦପାଲା ଗାୟକ ପଞ୍ଚାନନ ବାରିକ ବନାମ  ପ୍ରଦିପ  କୁମାର ଅତବୁଦ୍ଧି ମଧ୍ୟ ରେ ଅନୁଷ୍ଠିତ ହେଉଛି । ପ୍ରଥମ ଥାକ ପ୍ରତ୍ୟହ ସନ୍ଧ୍ୟା ୭ ଟାରୁ ରାତ୍ର ୧୦ଟା ଓ ଦ୍ୱିତୀୟ ଥାକ ରାତ୍ର ୧୦ ଟାରୁ ରାତ୍ର ୧ଟା। ପର୍ଯ୍ୟନ୍ତ ପରିବେଷଣ କରୁଛନ୍ତି ଗାୟକ । ଉକ୍ତ ବାଦ ପାଲା ଦେଖିବା ପାଇଁ କାଇପଦର ପଞ୍ଚାୟତ ଓ ଆଖ ପାଖ ଅଂଚଳ ରୁ ବହୁ ପାଲା ପ୍ରେମୀ  ଯୋଗ ଦେଇ ନିଜକୁ ଆଧ୍ୟାତ୍ମିକ ଶ୍ରୋତ ରେ ସାମିଲ କରୁଛନ୍ତି।

Advertisement


ସାମାଜିକ ସେବା ପାଈଁ ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବ୍ୟକ୍ତିତ୍ୱ ସାମ୍ବାଦିକ ଶ୍ରୀ ମଙ୍ଗରାଜ ତାଙ୍କ ଭାଇ ସ୍ୱର୍ଗତ ଆପତ୍ତି ମଙ୍ଗରାଜ ଙ୍କ ସ୍ମୁତି ଚାରଣ ଉଦ୍ଦେଶ୍ୟ ରେ ଓ ଗ୍ରାମବାସୀ ଙ୍କ ପ୍ରତ୍ୟକ୍ଷ ସହଯୋଗ ରେ ଏହା ଅନୁଷ୍ଠିତ ହୋଇଆସୁଛି। ପ୍ରତ୍ୟହ ସନ୍ଧ୍ୟା ରେ ଉକ୍ତ ପୀଠ ରେ ପଦାର୍ପଣ କରି ପ୍ରଭୁ ସତ୍ୟ ନାରାୟଣ ଙ୍କ ଆଶିଷ ଲାଭ କରିବା ସହ ନିଜକୁ ଆଧ୍ୟାତ୍ମିକ ଶ୍ରୋତ ରେ ସାମିଲ କରିବାକୁ ନିବେଦନ କରିଛନ୍ତି ଶ୍ରୀ ମଙ୍ଗରାଜ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *