ଖୋରଧା :-୨୭/୩- ଗୋଡିପୋଖରୀ ସ୍ଥିତ ବ୍ରହ୍ମା କୁମାରୀ ସେବାକେନ୍ଦ୍ର ପରିସରରେ ଏହି ସଂସ୍ଥାର ମାଉଣ୍ଟ ଆବୁ ମୁଖ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ଜାନକୀଙ୍କର ଷଷ୍ଠ ତମ ପୁଣ୍ୟ ତିଥି ପାଳିତ ହୋଇଯାଇଛି। ଖୋର୍ଦ୍ଧା ସେବାକେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମା କୁମାରୀ ଅନୁରାଧା ଭଉଣୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ।

ଏହି ସଭାରେ ଶତାଧିକ ବ୍ରହ୍ମା କୁମାର ଓ କୁମାରୀ ଯୋଗଦାନ କରି ବିଶ୍ୱ ଶାନ୍ତି ପାଇଁ ପରମାତ୍ମାଙ୍କ ନିକଟରେ ପ୍ରାର୍ଥନା କରିବା ସହ ଦାଦିଜୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମୁଖ୍ୟ ଅତିଥିଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ ଦାଦିଜୀଙ୍କର ଗୁଣ ଓ ମହିମା ଗାନ କରିଥିଲେ। ବ୍ରହ୍ମା କୁମାର ଜୟକୃଷ୍ଣ ଭାଇ ଦାଦିଜୀଙ୍କ ସହିତ ବିତାଇଥିବା ସେହି ସ୍ମରଣୀୟ ଦିନ ଗୁଡିକ ସମ୍ପର୍କ ରେ କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
