ଗାୟତ୍ରୀ ଯଜ୍ଞ ଅବସରରେ ବୃକ୍ଷ ରୋପଣ

ଖୋର୍ଦ୍ଧା : – (ଶୁଭ ଖବର ) ଖୋର୍ଦ୍ଧା ସ୍ଥିତ ଶ୍ରୀରାମ ନଗର ଯୋଗ ପରିବାର ପକ୍ଷରୁ ଗାୟତ୍ରୀ ଯଜ୍ଞ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଯୋଗ ଗୁରୁ ଜ୍ୟୋତି ରଞ୍ଜନ ସାହୁ ଓ ଇତିଶ୍ରୀ ସାହୁ ଯୋଗ ଦେଇ ପରିବେଶ ସୁରକ୍ଷିତ ରଖିବା ସହ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ଯୋଗ ସାଧକ ଜ୍ୟୋସ୍ନା ରାଣୀ ପଟ୍ଟନାୟକ, ଶିକ୍ଷାବିତ୍ ଗୋକୁଳାନନ୍ଦ ସାମନ୍ତ ସିଂହାର, ଜଗବନ୍ଧୁ ସାହୁ ,କାଶୀନାଥ ଦାସ ,ନରୋତ୍ତମ ମହାନା, ସାରଳା ସାମନ୍ତ ସିଂହାର, ନମିତା ତ୍ରିପାଠୀ, ସ୍ଵାତୀ ପ୍ରାଚୀ ଥାଟୋଇ ,ମନୋରମା ଦେବୀ, ଶୈଳବାଳା ଦତ୍ତ, ମିନତି ଦାସ ,ରେଖା ସ୍ୱାଇଁ  ଓ କଳ୍ପନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଗାୟତ୍ରୀ ଯଜ୍ଞରେ ସହଯୋଗ କରିଥିଲେ । ପରେ ପରେଶ୍ରୀ ମଦ ଭଗବତ ଗୀତା ଓ ହନୁମାନ ଚାଳିଶା ପାଠ କରାଯାଇଥିଲା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *