ଖୋରଧା, (25/03):- ଭାରତ ସରକାରଙ୍କ ଦ୍ୱାରା 2027 ଜନ ଗଣନା ପାଇଁ ବେଗୁନିଆ ବ୍ଲକ ର ତହସିଲ ଅଫିସ ଆୟୋଜନରେ ଗଣନାକାରୀ ଓ ସୁପର ଭାଇଜର ମାନଙ୍କର ପ୍ରଥମ ସୋପାନ ତ୍ରି- ଦିବାସୀୟ ପ୍ରଶିକ୍ଷଣ ଶିବିର ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଶିବିରକୁ ତହସିଲଦାର ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ ଉଦଘାଟନ କରିଥିବା ବେଳେ ଅତିରିକ୍ତ ତହସିଲଦାରମୃତ୍ୟୁଞ୍ଜୟ ବରାଳ , ଅତିରିକ୍ତ ଜିଲ୍ଲାପାଳଲିପ୍ସିତା ସାହୁ , ରାଜ୍ୟ ଜନ ଗଣନା ଅଧିକାରୀ ଉପସ୍ଥିତ ଥିଲେ l ପ୍ରଶିକ୍ଷକ ଶ୍ରୀନିବାସ ମିଶ୍ର, ଅଧ୍ୟାପକ ନବକିଶୋର ବିଶୋଇ, ଅଧ୍ୟାପକ ଦୀପ୍ତି ରଞ୍ଜନ ସାହୁ ତାଲିମ୍ କାର୍ଯ୍ୟ ପରିଚାଳନା କରିଥିଲେ l

ତିନିଦିନ ବ୍ୟାପୀ ଏହି ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା l କିପରି ଆମେ ଗୃହ ଗଣନା କରିବା ଓ ସଠିକ ତଥ୍ୟ ପ୍ରଦାନ କରିବା ବୋଲି ତହସିଲଦାର ମତବ୍ୟକ୍ତ କରିଥିଲେ
Subha Khabar is now on Whatsapp
Join and get latest news update delivered to you via whatsapp
Join Now
