ହାତୀ ଆତଙ୍କ :ଜଙ୍ଗଲ ବିଭାଗ କର୍ମଚାରୀ ମାରଲେ ଛୁ : ଭ୍ୟାନ କ୍ଷତିଗ୍ରସ୍ତ

ଖୋରଧା, (15/03):-ବେଗୁନିଆ ଅଞ୍ଚଳ ରେ ଚାଲିଛି ଜଙ୍ଗଲୀ ହାତୀଙ୍କ ରାଜ। ଏହି ତିନିମାସ ଭିତରେ ମୃତ୍ୟୁ ବରଣ କରିଛନ୍ତି ଚାରି ଜଣ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହି ଅଞ୍ଚଳ ର ବୁଶେଷତଃ 24ନଂ ଜୋନ ର ଆଠ ଗୋଟି ପଂଚାୟତ ର ବାସିନ୍ଦା କ୍ଷତିଗ୍ରସ୍ତ ହେଉଛନ୍ତି। ଏନେଇ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ବିଧାନ ସଭାରେ ଉପଯୁକ୍ତ କ୍ଷତିପୂରଣ, ଧନଜୀବନ ହାନି, ଅନୁକମ୍ପା ରାଶି ବୃଦ୍ଧି, ଫସଲ ହାନି ଆଦି ଉପସ୍ଥାପନା କରିଛନ୍ତି.

Advertisement

ସୂଚନା ଯୋଗ୍ୟ କି ଏ କଥାର ଦୁଇଦିନ ନ ପୂରୁଣୁ ଶଗଡ଼ଭଙ୍ଗା ପଂଚାୟତ ର ବିଭିନ୍ନ ଗାଁ ଯଥା ବେତରଜଙ୍ଗ, ଶଗଡ଼ଭଙ୍ଗା ଆଦି ଗାଁ ରେ ହାତୀ ପଶି ପରିବା ଫସଲ ନଷ୍ଟ କରୁଥିବା ସମୟରେ ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ହାତୀ ଘଉଡ଼େଇବା ପାଈଁ ଯାଇ ହସିଆର୍ଥ ହେବାକୁ ପଡିଛି। ହାତୀ ଆକ୍ରମଣ ରୁ ବର୍ତ୍ତୀ ନାହାନ୍ତି କର୍ମଚ୍ଚାରି। ରକ୍ଷା ପାଇବା ପାଈଁ ଭୟରେ ଭ୍ୟାନ ଛାଡି ଦଉଡିବାର ଦେଖିବାକୁ ମିଳିଛି ଓ ହାତୀ ଆକ୍ରମଣ ରେ କ୍ଷତିଗ୍ରସ୍ତ ହୋଇଛି ଭ୍ୟାନ।

ଜନସାଧାରଣ ରେ ପ୍ରଶ୍ନ ଉଙ୍କି ମାରୁଛି ଯଦି ବିଭାଗ ପଳାୟନ ମୁଖି ତାହେଲେ ଜନସାଧାରଣ ଙ୍କୁ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *