ଈଶ୍ୱର ସର୍ବ ଶକ୍ତିମାନ : ସପ୍ତଦଶ ନୀଳାଚଳ ସତସଙ୍ଗ ଭକ୍ତ ସମ୍ମିଳନୀ ଅନୁଷ୍ଠିତ

 ଖୋରଧା :-   ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ସପ୍ତଦଶ ନୀଳାଚଳ ସତସଙ୍ଗ ଭକ୍ତ ସମିଳନୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ନୀଳାଚଳ ସତସଙ୍ଗ ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।

Advertisement

ଶିକ୍ଷାବିତ ରାଜକିଶୋର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଶିକ୍ଷକ ଅଖିଳେଶ ମହାପାତ୍ର ପରିଚାଳନା କରିଥିବା ବେଳେ ସାନ୍ୟାସିନୀ ଅନୁସୟା, ପ୍ରବାଚକ ପ୍ରମୋଦ କୁମାର ଦଳବେହେରା ଈଶ୍ୱରଙ୍କ ଅମୃତ ବାଣୀ ପ୍ରଦାନ କରିଥିଲେ l ଦୀନବନ୍ଧୁ ମହାରଣା, ତ୍ରିଲୋଚନ ପଣ୍ଡା, ଶ୍ରୀ ସାରଥୀ, ଶତ୍ରୁଘନ ପଣ୍ଡା, ଛବିନା ପାଣିଗ୍ରାହୀ ଭଜନ ଗାନ କରିଥିବା ବେଳେ ସୀମା ଓ ଛବିନା ସ୍ୱାଗତ ସଂଗୀତ ଗାନ କରିଥିଲେ l

ସ୍ୱାମୀ ଭାଗବତାନନ୍ଦ ପୁରୀ ମହାରାଜ ଜଗନ୍ନାଥ ଓ ଲୋକନାଥଙ୍କ ତତ୍ତ୍ୱ ଉପରେ ଅମୃତ ବାଣୀ ପ୍ରଦାନ କରିଥିଲେ l ଗ୍ରାମବାସୀ ଭାଇ ଓ ମା ‘ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗାୟକ ବିଶ୍ୱନାଥ ପଣ୍ଡା,ବାଦ୍ୟକାର ତ୍ରିଲୋଚନ ପଣ୍ଡା ଓ ଶିବ ପ୍ରସାଦ ପଣ୍ଡାଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା l ବେଗୁନିଆ, ସିମର, ବାଘମାରୀ, ସୁଆଁଳ, ପଣ୍ଡାଳମ, କୋଲୁହା ପାଟଣା, ଗୌଡ଼ ନୂଆଗାଁ, ଓ ଟୀକାତାଳ ନୀଳାଚଳ ସତସଙ୍ଗର ଭକ୍ତମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ l ଶେଷରେ ଶିକ୍ଷାବିତ ନରସିଂହ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *