ଖୋର୍ଦ୍ଧା : – ଆଜି ଖୋରଧା ଆଦର୍ଶ ଥାନା ଅଞ୍ଚଳର ଶାଗୁଆନ ବଗିଚା ରୁ ବ୍ରାଉନ ସୁଗର୍ ସହ ବ୍ୟବସାୟୀ ଙ୍କୁ ଗିରଫ କରିଛି ଆଦର୍ଶ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ ଏସ ପି ବିବେକାନନ୍ଦ ଶର୍ମା ଙ୍କ ନିର୍ଦ୍ଦେଶ , ଏସ ଡି ପି ଓ ନିହାର ରଞ୍ଜନ ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଟିମ୍ ଶାଗୁଆନ ବଗିଚା ଅଞ୍ଚଳ ରେ ଚଢାଉ କରି ଜଣେ ୩୪ ବର୍ଷୀୟ ପୁରୁଷ ବ୍ୟବସାୟୀ ଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୨୦ ଗ୍ରାମ ବ୍ରାଉନ ଶୁଗର , ଦୁଇଟି ମୋବାଇଲ ଫୋନ ଓ ଏକ ବଜାଜ ପଲ୍ସର୍ ମୋଟର ସାଇକେଲ ଜବତ କରିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଖୋରଧା ଏସ ପି ବିବେକାନନ୍ଦ ଶର୍ମା ଓ ଖୋରଧା ରୁ ବ୍ରାଉନ ଶୁଗର୍ ବେପାର ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଏଥିରେ ସଂପୃକ୍ତ ସମସ୍ତ ବ୍ୟବସାୟୀଙ୍କୁ ଖୁବ୍ ଶୀଘ୍ର ସାବାଡ କରାଯିବ ବୋଲି କହିଛନ୍ତି । ଏହା ହେଉଛି ତାର ପ୍ରଥମ ନମୁନା ବୋଲି କହିଛନ୍ତି ।

ଏହି ମିଳିତ ଟିମ୍ ଏସ ଆଇ ବି କେ ପଟ୍ଟନାୟକ, ହାବିଲଦାର ନିଲୁ ଚରଣ ମଲ୍ଲିକ, କନଷ୍ଟେବଳ ଆର୍ କେ ମୁଦୁଲି ଏସ ଏସ ସାହୁ ଓ ଶିବ ପ୍ରସାଦ ହେନ୍ତାଳ ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
