ଆଇଓୟୁଡବ୍ଲ୍ୟୁଜେ ପକ୍ଷ୍ୟରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ
ଭୁବନେଶ୍ୱର : ଅର୍ଗାନାଇଜେସନ୍ ଅଫ୍ ୟୁନାଇଟେଡ୍ ୱାର୍କିଂ ଜର୍ଣ୍ଣାଲିଷ୍ଟ (ଆଇଓୟୁଡବ୍ଲ୍ୟୁଜେ) ପକ୍ଷରୁ ରାଜ୍ୟ ସ୍ତରୀୟ କାର୍ଯ୍ୟକାରୀ ସମ୍ମିଳନୀ ସ୍ଥାନୀୟ ଜୟଦେବ ଭବନ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି l ଏଥିସହ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ କାଉନସିଲ ଏବଂ ଡିଜିଟାଲ ମିଡ଼ିଆ ଉପରେ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି ।

ଏହି ଅବସରରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ଗଣ ମାଧ୍ୟମ ର ଭୂମିକା ଗୁରୁତ୍ୱପୁର୍ଣ ବୋଲି କହିଥିଲେ l ଏଣୁ ଗଣମାଧ୍ୟମ ଉପରେ ଲୋକଙ୍କ ର ଯେଉଁ ଆସ୍ଥା ଓ ବିଶ୍ୱାସ ରହିଛି, ତାହାକୁ ସାମ୍ବାଦିକ ମାନେ ବଜାୟୀ ରଖିବାକୁ ଅତିଥି ମାନେ ଆହ୍ୱାନ କରିଥିଲେ l ଏଥିରେ ବିଜେପି ର ରାଜ୍ୟ ପ୍ରବକ୍ତା ସଜନ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଇଓୟୁଡବ୍ଲ୍ୟୁଜେର ସର୍ବଭାରତୀୟ ସଭାପତି ଡ଼. ପୀତବାସ ମିଶ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ରଖିଥିଲେ l ସେ ତାଙ୍କ ବକ୍ତବ୍ୟରେ ଗଣ ମାଧ୍ୟମର ଦାୟିତ୍ୱ, ସମସ୍ୟା, ସମ୍ପର୍କରେ ଆଲୋଚନା କରି ସମସ୍ତେ ଐକବଦ୍ଧ ଭାବେ ବାଦୀ ଉପସ୍ଥାପନା ପାଇଁ ଆହ୍ୱାନ କରିଥିଲେ l ସମ୍ମାନିତ ଅତିଥି ଭାବେ ଜର୍ଣ୍ଣାଲିଜମ ବିଭାଗ ନିମନ୍ତିତ ଅଧ୍ୟାପକ ଡ଼. ଭି. ଆର. ରାଜୁ, ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର, ସନତ ମିଶ୍ର, ଅଶୋକ ପଣ୍ଡା, ଅବସରପ୍ରାପ୍ତ ଆଇ ଆର ଏସ ଅଧିକାରୀ ଡ଼ କୃଷ୍ଣ ଚନ୍ଦ୍ର ବଳ, ପୂର୍ବତନ ରେଳବାଇ ସିପିଆର ରବି ମହାପାତ୍ର, ଓୟୁ ଡବ୍ଲୁ ଜେ ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ, ଭୁବନେଶ୍ୱର ୟୁନିଟି ସଭାପତି ହୃଷିକେଶ ମହାନ୍ତି, ରାଜ୍ୟ ସଂଯୋଜକ ଅର୍ଜୁନ ମୁଦୁଲି, ସୁଲେଖକ ମାନସ ମହାପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ l ଓୟୁଡବ୍ଲୁଜେର ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କ ରେ ଆଲୋକପାତ କରିଥିଲେ ।

ଏହି ଅଧିବେଶନରେ ସାମ୍ବାଦିକତା, ସମାଜସେବା, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ କାର୍ଯ୍ୟକ୍ରମ ର ସଂଯୋଜନା କରିଵା ସହ ଧନ୍ୟବାଦ ଅର୍ପଣ କରିଥିଲେ l ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ଗଣ ମାଧ୍ୟମ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚଳନା ରେ ଅକ୍ଷୟ ଧଳ, ପ୍ରକାଶ ଚନ୍ଦ୍ର ହାତୀରବୀନ୍ଦ୍ର ମହାନ୍ତି, ମୀନକେତନ ବିଶ୍ୱାଳ, ଜୟକୃଷ୍ଣ ଦାସ ,ଉମା ମହାନ୍ତି , ସୁନୀତା ପଣ୍ଡା ,ପ୍ରସନ୍ନ କୁମାର ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now