ଖୋର୍ଦ୍ଧା,(୧୯/୦୨):- ଖୋରଧା ସଦର ମହକୁମାରେ ଏକ ଭଡ଼ା ଘରେ ଚାଲିଛି ନିୟୋଜନ କାର୍ଯ୍ୟାଳୟ। ବେକାର ଯୁବକ ଯୁବତୀ ମାନେ ସରକାରୀ ଚାକିରୀ ପାଇଁ ଆବେଦନ କରିବାକୁ ହେଲେ ସରକାରୀ ନିୟୋଜନ କାର୍ଯ୍ୟାଳୟ ରେ ନିଜ ର ନାମ ପଞ୍ଜିକରଣ କରିବା ନିହାତି ଦରକାର । ଖୋର୍ଦ୍ଧା ସବ୍ ଡିଭିଜନ ରୁ ହେଲାଣି ଜିଲ୍ଲା ମାତ୍ର ଖୋର୍ଦ୍ଧାରେ ଅଛି ସେହି ଉପ ନିୟୋଜନ କାର୍ଯ୍ୟାଳୟ ରହିବା କଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ । ତାହା ପୁଣି ଚାଲିଛି ଏକ ପରିତ୍ୟକ୍ତ କୋଠାରେ ପୁଣି ଭଡ଼ାଘରେ । ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ବିଭିନ୍ନ ବିଭାଗ ର ଜିଲ୍ଲା ସ୍ତରୀୟ ଅଫିସ ଥିଲା ବେଳେ ବର୍ତ୍ତମାନ ସୁଦ୍ଧା ନାହିଁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ । ତାହା ପୁଣି ଖୋଲା ହେଉନାହିଁ ସବୁଦିନ । ସପ୍ତାହ କୁ ଅଫିସ ଖୋଲୁଛି ମାତ୍ର ଦିନେ ଦୁଇ ଦିନ ତାହା ପୁଣି ନିୟମିତ ସମୟରେ ନୁହେଁ । ତେଣୁ ବହୁ ଦୂର ଦୁରାନ୍ତ ରୁ ଆସି ଅସୁବିଧା ରେ ପଡ଼ୁଛନ୍ତି ବେକାର ଯୁବକ ଯୁବତୀ । ଜିଲ୍ଲା ବଦଳରେ ଉପ ଜିଲ୍ଲା କାର୍ଯ୍ୟାଳୟ ତାହା ପୁଣି କେତେବେଳେ ଆଉ କୋଉ ଦିନ ଆଉ କେଉଁ ସମୟରେ ଖୋଲୁଛି ତାହାର ନିର୍ଦ୍ଦିଷ୍ଟତା ନାହିଁ ।ଅର୍ଥ ଖର୍ଚ୍ଚ ସହ ସମୟ ଅପଚୟ ହେଉଛି ମାତ୍ର ନାମ ପଞ୍ଜିକରଣ ହୋଇପାରୁନାହିଁ । ବହୁ ମନଦୁଃଖ ରେ ଫେରୁଛନ୍ତି ବେକାରୀ ଯୁବକ ଯୁବତୀ ଙ୍କ ସହ ଆସିଥିବା ପରିବାର ସଦସ୍ୟ ।

ତେଣୁ ଅସନ୍ତୋଷ ଜାହିର କରିଛନ୍ତି ବହୁ ଆବେଦନକାରୀ । କାହିଁକି ଜିଲ୍ଲା ମୁଖ୍ୟାଳୟ ରେ ନାହିଁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତାପରେ ଜିଲ୍ଲା ପାଳ ଙ୍କ ନୂଆ ଅଫିସ କୋଠା ଲୋକାର୍ପଣ ହୋଇଥିବା ବେଳେ ସେଠୀ ନାହିଁ ନିୟୋଜନ କାର୍ଯ୍ୟାଳୟ ତାହା ଅଛି ପୁଣି ରାଜ୍ୟ ରାଜଧାନୀ ଭୁବନେଶ୍ଵର ରେ । ଖୋର୍ଦ୍ଧା ରେ କାର୍ଯ୍ୟାଳୟ ଟି ଭଡ଼ା ଘରେ ଚାଲୁଥିବା ବେଳେ ଅଫିସ ଖୋଜି ଖୋଜି ନୟାନ୍ତ ହେଉଛନ୍ତି ଲୋକେ ତାପରେ ପାଇଲା ପରେ ଅଫିସ ବନ୍ଦ ଓ କୌଣସି ସୂଚନା ଫଳକ ନାହିଁ ।କାର୍ଯ୍ୟାଳୟ ପରିସର ସମ୍ପୂର୍ଣ୍ଣ ଗଛ ଲଟ। ରେ ପରିପୂର୍ଣ ଏମିତିକି ସହଜରେ ଅନୁମେୟ ହେଉନି ଏହା ଏକ ସରକାରୀ କାର୍ଯ୍ୟାଳୟ ବୋଲି ।ତେଣୁ ନାମ ପଞ୍ଜିକରଣ ପାଇଁ ଖୋର୍ଦ୍ଧା ରୁ ଭୁବନେଶ୍ଵର ଧାଇଁ ଧାଇଁ ସଫଳତା ପାଉନାହାନ୍ତି ସେମାନେ ।

ଏହି ଅସୁବିଧା କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ବେକାର ଯୁବକ ଯୁବତୀ ଙ୍କ ହୀତ୍ତ ଦୃଷ୍ଟିରୁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ କୁ ଜିଲ୍ଲା ସଦର ମହକୁମା କୁ ସ୍ଥାନାନ୍ତର କରାଯାଉ ଓ ଉପ ନିୟୋଜନ କାର୍ଯ୍ୟାଳୟ କୁ ଭୁବନେଶ୍ଵର ସ୍ଥାନାନ୍ତର କରିବା ପାଇଁ ଜନ ସାଧାରଣ ରେ ଦାବି ଯୋର ଧରିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now