କୁଟିଆ କନ୍ଧଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ ଉପନ୍ୟାସ ‘ପାର୍ଶ୍ବସ୍ରୋତ’ ଉନ୍ମୋଚିତ

ଭୁବନେଶ୍ଵର, (୨୮/୦୧): – ବୁଦ୍ଧମନ୍ଦିର ପରିସରରେ ଖୋଦ୍ଧା ଜିଲ୍ଲାପାଳ ତଥା ସାହିତ୍ୟିକ ଅମ୍ରିତ ଋତୁରାଜଙ୍କ ପ୍ରଥମ ଉପନ୍ୟାସ ‘ପାର୍ଶ୍ଵସ୍ରୋତ’ ଲୋକାର୍ପିତ ହୋଇଯାଇଛି ।ଏହା କୁଟିଆ କନ୍ଧଙ୍କ ଜୀବନୀ  ଓ ସଂସ୍କୃତି ଉପରେ ପର୍ଯ୍ୟବେସିତ  । ଏହି ପୁସ୍ତକରେ ସେମାନଙ୍କର ଦୈନଦିନ ଚଳନି, ପରମ୍ପରା, ରୀତି ନୀତି, ଜୀବିକା , ଉପାର୍ଜନ, ପର୍ବ ପର୍ବାଣୀ ଉପରେ ଆଲୋକପାତ କରିଛନ୍ତି ଶ୍ରୀ ଋତୁରାଜ । ଏହି ସମ୍ପ୍ରଦାୟ ଙ୍କୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିବା ଏହି ଉପନ୍ୟାସ ର ମୁଖ୍ୟ ଉଦ୍ଦେଶ୍ୟ ସହ ଏହି ଜନଜାତି ଉପରେ ଗବେଷଣା କରୁଥିବା ଛାତ୍ର ଛାତ୍ରୀ ଙ୍କୁ ଏହା ସହାୟକ ହେବ ଓ ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟ ଅତିଥି ଔପନ୍ୟାସିକା  ସରୋଜିନୀ ସାହୁ ।


ଶ୍ରୀମତୀ ସାହୁ ଆହୁରି ମଧ୍ୟ କହିଛନ୍ତି ପ୍ରଶାସନିକ କାର୍ଯ୍ୟରେ ରହି ଲେଖକଙ୍କ ଏଭଳି ସ୍ଵତନ୍ତ୍ର ଓ ଚମତ୍କାର ଉପନ୍ୟାସ ଲେଖିବା ସ୍ଵାଗତଯୋଗ୍ୟ ।ଅନ୍ୟ ମାନଙ୍କ ମଧ୍ୟ ରେ  କଥାକାର ଅଜୟ ସ୍ୱାଇଁ, ଆଦିତ୍ୟ ଭାରତ ପ୍ରକାଶନୀର ନିର୍ଦେଶକ ଦେବାଶିଷ ସାମନ୍ତରାୟ ଯୋଗଦେଇ ବକ୍ତବ୍ୟ ରଖିଥିବା ବେଳେ ରାଜୀବ ଷଡଙ୍ଗୀ ସ୍ଵାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ।



ଶେଷରେ ଅଧ୍ୟାପିକା ତଥା କଥାଶିଳ୍ପୀ ଚିରଶ୍ରୀ ଇନ୍ଦ୍ରସିଂଙ୍କ ସହିତ ଲେଖକ ଶ୍ରୀ ଋତୁରାଜଙ୍କ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।



ଲେଖକ ଔପନ୍ୟାସିକ ଅମ୍ରିତ ଋତୁରାଜ ଜଣେ ଜିଲ୍ଲାପାଳ ହୋଇ ମଧ୍ୟ ତାଙ୍କର ବ୍ୟସ୍ତ ବହୁଳ ସମୟ ମଧ୍ୟ ରୁ ସମୟ ବାହାର କରି ଏଭଳି ଏକ ଉପାଦେୟ ପୁସ୍ତକ ରଚନା କରିଥିବାରୁ ବୁଦ୍ଧିଜୀବୀ ମହଲରୁ ପ୍ରଂଶସା ର ଶୁଅ ଛୁଟିଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *