ମୂଳ ବେତନ ୨୮୦୦ ସହ ୬ବର୍ଷ ମୁଳ ଚାକିରୀ ଗଣନାକୁ ପ୍ରାଥମିକତା
ଖୋର୍ଦ୍ଧା-୨୨/୧-ଏଲିମେଣ୍ଟାରୀ କ୍ୟାଡ଼ର ରୁଲ ପୁନର୍ଗଠନ ହେଲେ ଶିକ୍ଷକ ମାନଙ୍କ ସମସ୍ୟା ଦୂରୀଭୂତ ହୋଇପାରିବ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ର ରାଜ୍ୟ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ନିଯୁକ୍ତ ଉଚ୍ଚ ସ୍ତରୀୟ କମିଟି ର ଆହ୍ଵାନ କ୍ରମେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ର ସଭାପତି ଙ୍କ ନେତୃତ୍ୱ ରେ ଏକ ରାଜ୍ୟ ସ୍ତରୀୟ ପ୍ରତିନିଧି ଦଳ ଭୁବନେଶ୍ବର ତୋଷାଳୀ ଭବନ ସଭାଗୃହରେ ସଙ୍ଗଠନର ୧୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।ସଙ୍ଗଠନର ମହାସଚିବ ଚାରୁଲତା ମହାପାତ୍ର ମୁଖ୍ୟତଃ କ୍ୟାଡ଼ର ରୁଲ ପୁନର୍ଗଠନ ଗଠନ, ଲେବୁଲ V -(A) ଓ V-(B) କୁ ଯୋଡ଼ାଯାଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମୂଳ ବେତନ ୨୮୦୦/ ଓ ଲେବୁଲ -(୮) ରଖାଯିବା ନଚେତ୍ ଅବିକଳ କେନ୍ଦ୍ରୀୟ ବେତନରେ ମୂଳ ବେତନ ରଖାଯିବା ପାଇଁ, ସରସ୍ୱତୀ ଭୋଇ କେଶ କୁ ତୁରନ୍ତ ସମସ୍ତ ଯୋଗ୍ୟ ଶିକ୍ଷକ ମାନଙ୍କ ପାଇଁ ଲାଗୁକାରିବା, ଠିକା ନିଯୁକ୍ତି ଉଚ୍ଛେଦ କରି ମୂଳ ନିଯୁକ୍ତି ଠାରୁ ଚାକିରିରେ ଗଣନା କରିବ, ଅବିଳମ୍ବେ କିପରି ପଦୋର୍ନତି ହେବ,ଟି ଇ ଟି ରେ ଥିବା ସମସ୍ୟା ର ସ୍ଥାୟୀ ସମାଧାନ କରିବା, ପୁରୁଣା ପେନସନ ଶିକ୍ଷକ ମାନଙ୍କୁ ଅଣଶୈଖିକ କାର୍ଯ୍ୟରୁ ନିବୃତ କରିବା, ସେକେଣ୍ଡାରୀ କ୍ୟାଡ଼ର ରୁଲରେ ଶତକଡା ୫୦ ଭାଗ ମୂଳ ପଦବୀ ରେ ଏଲିମେଣ୍ଟାରୀ ଯୋଗ୍ୟ ଶିକ୍ଷମାନଙ୍କୁ ନିଯୁକ୍ତି ଦେବା ଦାବି ସମୂହ ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷ ଅଶୋକ କୁମାର ତ୍ରିପାଠି, ମେମ୍ବର କନଭେନର ଡ଼ଃ ସନାତନ ପଣ୍ଡା, ଶାନ୍ତନୁ କୁମାର ସାହୁ, ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ସମସ୍ତ ବିଷୟ ଆଲୋଚନା କରା ଯାଇଥିଲା। ଉପସଭାପତି ବିରଞ୍ଚି ନାରାୟଣ ଦାଶ, ସୁକାନ୍ତି ସବୁତ, ସମୀର କୁମାର ଜେନା, ମନୋଜ କୁମାର ସ୍ୱାଇଁ, ଯୁଧିଷ୍ଟିର ସାହୁ ଏବଂ ସଙ୍ଗଠନର ଉପଦେଷ୍ଟା ଆଲୋଚନାରେ ଭାଗ ନେଇ ଥିଲେ ବୋଲି ମହାସଚିବ ଚାରୁଲତା ମହାପାତ୍ର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
