ଖୋର୍ଦ୍ଧା,(୧୧/୦୧);- ବୋଲଗଡ ବ୍ଲକ୍ ଧଳାପଥର ଗ୍ରାମ ପଞ୍ଚାୟତ ଅଧିନସ୍ଥ କୋଦୁଅବେରେଣୀ ଗ୍ରାମ ଖେଳ ପଡିଆରେ ମା ରାମଚଣ୍ଡି କ୍ରିକେଟ କ୍ଳବର ୧୪ତମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି।

ଆଜିର ଉଦଘାଟନ ମ୍ୟାଚରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ମ୍ୟାଚରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି।ଏହି ଉଦଘାଟନୀ ମ୍ୟାଚରେ ଭାଲିଆବାଡି ଏବଂ ଭୁବନେଶ୍ବର ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଏହି ମ୍ୟାଚ ରେ ଭାଲିଆବଡି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ବିସଙ୍କର ବାରିକ୍ ଙ୍କ ୪୨ ବଲରୁ ୪୯ ରନ୍ ଓ ଅନିଲ ମହାପାତ୍ରଙ୍କ ୨୧ ବଲ୍ ରୁ ୬୫ସହାୟତାରେ ନିର୍ଦ୍ଧରିତ ୨୦ ଓଭର୍ ରେ ୨୨୪ରନ ସଂଗ୍ରହ କରିଥିଲା।ଜବାବରେ ଭୁବନେଶ୍ବର ଟିମ୍ ସତ୍ୟବ୍ରତ ସ୍ୱାଇଁ ଙ୍କ ୨୧ବଲ ରୁ ୪୪ରନ୍ ଓ ସଞ୍ଜୟ ସାହୁଙ୍କ ୧୫ ବଲ ରୁ ୪୦ରନ୍ ସହାୟତାରେ ୧୮ ଓଭର ରେ ୨୨୮ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା।ଉକ୍ତ ମ୍ୟାଚରେ ତମଣ୍ଡୋ କ୍ରିକେଟ କ୍ଲବ ଭୁବେଶ୍ୱରର ସତ୍ୟବ୍ରତ ସ୍ୱାଇଁ ଙ୍କୁ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ କରାଯାଇ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା

Subha Khabar is now on Whatsapp
Join and get latest news update delivered to you via whatsapp
Join Now
