ସରକାରଙ୍କ ତୋଗଲକି ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଦହଗଞ୍ଜ କରୁଛି : ବିଜେଡି

ପଲ୍ୟୁସନ ସାର୍ଟିଫିକେଟ ପ୍ରସଙ୍ଗରେ ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା

ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ

ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପରି ସମ୍ପୂର୍ଣ ବେଆଇନ

ଭୁବନେଶ୍ୱର, (୦୭/୦୧): – ରାଜ୍ୟରେ ଯାନବାହାନର ପଲ୍ୟୁସନ ସାର୍ଟିଫିକେଟକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଦହଗଞ୍ଜର ଶିକାର ହେଉଛନ୍ତି। ସରକାରଙ୍କ ଏହି ଆକ୍ରୋଶମୂଳକ ପଦକ୍ଷେପକୁ ନେଇ ରାଜ୍ୟବାସୀଙ୍କ ମନରେ ସରକାରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରାଜ୍ୟବାସୀଙ୍କ ଏହି ଅସନ୍ତୋଷକୁ ଦୂର କରିବା ଲକ୍ଷ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ଗୁରୁବାର ଠାରୁ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।

ବିଜେଡି ର ଆନ୍ଦୋଳନ ଡ଼ାକରା



ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜାରି କରାଯାଇଥିବା ବିବୃତିରେ ଦଳର ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ଏହି ତୋଗଲକି ନିଷ୍ପରି ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ଜାନୁଆରୀ ୮ ତାରିଖ ଦିନ ସକାଳ ୧୦ ଘଟିକାରେ ଆରଟିଓ-୧ ଭୁବନେଶ୍ଵର ଅଫିସ ସମ୍ମୁଖରେ ଏକ ବିଶାଳ ଗଣଧାରଣା କାର୍ଯ୍ୟକ୍ରମ ଆୟୋଜିତ ହେବ। ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପରି ସମ୍ପୂର୍ଣ ବେଆଇନ ଇନ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଏହି ଗଣଧାରଣା ଆୟୋଜିତ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ କାର୍ଯ୍ୟ ଜାରି ରଖୁବ। ରାଜ୍ୟ ସରକାର ଏହି ବେଆଇନ ନିଷ୍ପରି ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିବ।



ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କର ଏପରି ବେଆଇନ ନିଷ୍ପଭି ବିରୋଧରେ ଗୁରୁବାର ସକାଳେ ହେବାକୁ ଯାଉଥିବା ଗଣଧାରଣା କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ବହୁସଂଖ୍ୟାରେ ଯୋଗଦେବାକୁ ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ନିବେଦନ କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *