ଶାନ୍ତି ଶୃଙ୍ଖଳା ଓ ଭାଇଚାରା ସହକାରେ ମହୋତ୍ସବ ସମ୍ପନ୍ନ କରିବାକୁ ଅଂଚଳ ବାସୀ ଙ୍କୁ ନିବେଦନ କଲେ ସ୍ଥାନୀୟ ବିଧାୟକ
ହଟ୍ଟକେଶ୍ୱର ମକର ମହୋତ୍ସବର ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଖୋର୍ଦ୍ଧା,(୩୦/୧୨):- ବେଗୁନିଆ ବ୍ଲକ ବାଘମାରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଟ୍ରି ସ୍ଥିତ ଏକାଦଶରୁଦ୍ର ବାବା ହଟକେଶ୍ୱର ପ୍ରାଙ୍ଗଣରେ ଥିବା ସଭା ଗୃହରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ହଟକେଶ୍ୱର ମକର ମହୋତ୍ସବ ର ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ ବୈଠକରେ କମିଟିର ମୁଖ୍ୟ ପରାମର୍ଶଦାତା ଉପଜିଲ୍ଲାପାଳ, ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ଏସ ଡି ପି ଓ, ଖୋର୍ଦ୍ଧା ନିହାର ରଞ୍ଜନ ପ୍ରଧାନ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ଆବାହକ ତହସିଲଦାର ତାପସ ବିଶି, ସଂଯୋଜକ ବିଡ଼ିଓ, ସନ୍ତୋଷ କୁମାର ଜେନା,,ବ୍ଲକ୍ ଶିକ୍ଷା ଅଧିକାରୀ,ଭାସ୍କର ଲେଙ୍କା, ଆଇ ଆଇ ସି, ବାଘମାରି, ଏସ ଡି ଓ, ପୂର୍ତ୍ତ, ଏସ ଡି ଓ, ଗ୍ରାମ୍ୟ ଉନ୍ନୟନ,ଏସ ଡି ଓ ଆର ଡବ୍ଲୁ ଏସ ଏସ , ଏସ ଡି ଓ, ଇଲେକ୍ଟ୍ରିକାଲ, ସହକାରୀ ନିର୍ଦେଶକ ମୁର୍ତ୍ତିକା ସଂରକ୍ଷଣ ସମେତ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟ ର ଯନ୍ତ୍ରୀ ମାନେ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ସ୍ୱାଗତ ଭାଷଣ ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଭଗବାନ ପଣ୍ଡା ପ୍ରଦାନ କରିଥିବା ବେଳେ ସି ଆର ସି ସି ସୁଧାକର ସେଠୀ ହଟକେଶ୍ୱର ମକର ମହୋତ୍ସବ ସମ୍ବନ୍ଧରେ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ l ଅଧ୍ୟକ୍ଷ ବିଧାୟକ ଶ୍ରୀ ସାହୁ, ମହୋତ୍ସବ ସ୍ଥଳ ଚତୁର୍ପାର୍ଶ୍ଵ ରାସ୍ତା ଘାଟ ମରାମତି, ସ୍ୱଛତା ଓ ପରିମଳ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ପାନୀୟ ଜଳ ଯୋଗାଣ, ଅଗ୍ନିଶମ ସେବା, ଏହି ଉତ୍ସବ ପ୍ରଚାର ପ୍ରସାର ଦାୟିତ୍ଵ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଆଦି ଗୁରୁତ୍ଵ ପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ସମୀକ୍ଷା କରି ହଟ୍ଟକେଶ୍ୱର ମକର ମହୋତ୍ସବ ରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ମହୋତ୍ସବ ସ୍ଥଳରେ ରହି ସେମାନଙ୍କୁ ନ୍ୟସ୍ତ ସେବାଗୁଡିକୁ ଯୋଗାଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ ।

ମହୋତ୍ସବ କୁ ସ୍ମରଣୀୟ କରିବା ନିମନ୍ତେ ବ୍ଲକ୍ ଶିକ୍ଷା ଅଧିକାରୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ଐତିହ୍ୟ ଓ ସଂସ୍କୃତି ମୂଳକ ପ୍ରତିଯୋଗିତା କରାଇବେ l ସେହିପରି ପାନୀୟ ଜଳ ଟ୍ୟାଙ୍କର, ରାସ୍ତାରେ ପାଣି ସିଞ୍ଚନ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟ ସମ୍ପାଦନ କରିବେ l ବିଭିନ୍ନ ପ୍ରତିଭାକୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଭଗବାନ ପଣ୍ଡା ଦାୟିତ୍ବ ନିର୍ବାହ କରିବେ l ଜାନୁୟାରୀ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ହଟକେଶ୍ୱର ମକର ମହୋତ୍ସବ ଶୁଭ ଖୁଣ୍ଟି ସ୍ଥାପନ ନିମନ୍ତେ ଶୁଭ ଦିନ, ଶୁଭ ସମୟ ପାଞ୍ଜି ଦେଖି ଅନୁଷ୍ଠିତ ହେବ ।

ରାସ୍ତାଘାଟ ବିଜୁଳି ଆଲୋକି କରଣ ଏସ ଡି ଓ, ଇଲେକ୍ଟ୍ରିକାଲ କାର୍ଯ୍ୟ ସମ୍ପାଦନ କରିବେ l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ପ୍ରଶାନ୍ତ କୁମାର ବେହେରା,ବାର ପଲ୍ଲୀ ର ସଭାପତି ଓ ସଭ୍ୟଗଣ,ମହୋତ୍ସବ କମିଟି କର୍ମକର୍ତ୍ତା ପ୍ରଫୁଲ୍ଲ କୁମାର ସାମନ୍ତରାୟ, ,ବାଘମାରି ସରପଞ୍ଚ ମାନସ ବିଶ୍ଵାଳ,ସମିତି ସଭ୍ୟା ଙ୍କ ପ୍ରତିନିଧି ପ୍ରେମାନନ୍ଦ ମହାନ୍ତି, କୁଞ୍ଜୁରି ସରପଞ୍ଚ ପ୍ରତିନିଧି ପରମାନନ୍ଦ ସାହୁ ସମାଜସେବୀପ୍ରତାପ ମହାନ୍ତି, ଆନନ୍ଦ ନାୟକ, ବିରଞ୍ଚି ଜଗଦ୍ଦେବ ଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ମହୋତ୍ସବ ର ଶୁଭେଚ୍ଛୁ ,ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ବେଗୁନିଆ ସଦର ମହକୁମା ବରିଷ୍ଠ ନାଗରିକ, ହଟକେଶ୍ୱର ମନ୍ଦିର କର୍ମକର୍ତ୍ତା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ପ୍ରଭୁ ହଟକେଶ୍ୱରଙ୍କ ପବିତ୍ର ମକର ମହୋତ୍ସବ ଏ ବର୍ଷ ପ୍ରତ୍ୟେକ ଦିନ ଓଡ଼ିଶା ର ବହୁ ସୁନାମଧନ୍ୟ କଳାକାର ,ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯୋଗଦେଇ ଅଞ୍ଚାଲବସୀଙ୍କ ମନୋରଞ୍ଜନ କରିବା ସହ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ସହକାରେ ସମ୍ପନ୍ନ କରିବାକୁ ସ୍ଥାନୀୟ ବିଧାୟକ,ଶ୍ରୀ ସାହୁ ସମସ୍ତଙ୍କ ସହଯୋଗ ଲୋଡିଥିଲେ l ଆଜି ର କାର୍ଯ୍ୟକ୍ରମ କୁ ସ୍ବେଚ୍ଛାସେବୀ ସାଗର ବରାଳ ସଂଯୋଜନା କରିଥିବା ବେଳେ ମହୋତ୍ସବ କମିଟି ର ସମ୍ପାଦକ ଦିଲ୍ଲୀପ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
