ନିଶା ଯୋଗୁ ଯୁବସମାଜ ବିପଦଗାମୀ ହେଉଥିବା ବେଳେ ମାଫିଆ ଓ ନିଶା ବେପାରୀ ମାଫିଆ ମାଲାମାଲ
୨୮ ଗ୍ରାମ ବ୍ରାଉନସୁଗାର ଜବତ; ୨ଗିରଫ
ଖୋର୍ଦ୍ଧା ସହରରେ ଧଳାଜହର କାରବାର ପଛର ମୁଖ୍ୟଖଳନାୟକ ନିକଟରେ ପହଂଚି ପାରୁନାହିଁ ପୋଲିସ
ଖୋର୍ଦ୍ଧା,(୨୭ା୧୧): – ଖୋର୍ଦ୍ଧାରେ ଥମୁନି ଧଳାଜହର କାରବାର । ଯେତିକି ଧରାହେଉଛି, ସେତିକି ବଢିଚାଲିଛି । ବାରମ୍ବାର ଧରପଗଡ ସତ୍ୱେ ଏଥିରେ କୌଣସି ପ୍ରଭାବ ପଡୁନାହିଁ । ବରଂ କାୟା ବିସ୍ତାର କରିବାରେ ଲାଗିଛି । ଧଳଜହର କାରବାରର ଚରାଭୂଇଁ ପାଲଟିଛି ଖୋର୍ଦ୍ଧା ମାଟି । ମାଫିଆଙ୍କ କବ୍ଜାରେ ରହିଛି ଖୋର୍ଦ୍ଧା । ଦିନ କୁ ଦିନ ଏହା ପରିବ୍ୟାପ୍ତ ହେବାରେ ଲାଗିଛି । ନିଶା ବେପାରୀଙ୍କ ଷ୍ଟାଟେଜି ଆଗରେ ଫେଲ ମାରୁଛି ଖୋର୍ଦ୍ଧା ପୋଲିସ । ବିଶେଷତଃ ଆଦର୍ଶ ଥାନା ଅଂଚଳରେ ପୁଳା ପୁଳା ବ୍ରାଉନସୁଗର ଗଳିକନ୍ଦିରେ ବିକ୍ରୀ ହେଉଥିଲେ ହେଁ ପୁଲିସ କେବଳ ଲୋକ ଦେଖାଣିଆ ଛୋଟ ବେପାରୀଙ୍କୁ ଉଠାଇ ୨୭ ଗ୍ରାମ ୨୮ ଗ୍ରାମ ଧରୁଛି । ବ୍ରାଉନସୁଗାର କାରବାର ବୃଦ୍ଧି ବର୍ତମାନ ଖୋର୍ଦ୍ଧା ସହରରେ ଚିନ୍ତାର କାରଣ ହୋଇଛି । ବାସ୍ତବରେ ବଡବେପାରୀଙ୍କ ନିଟକରେ ପୁଲିସ ପହଁଚି ପାରୁନି ନା ଜାଣିଶୁଣି ତାଙ୍କୁ ଛାଡି ଛୋଟ ବେପାରୀଙ୍କୁ ଧରୁଛି ତାହା ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଅପରପାଶ୍ୱର୍ରେ ମାସିକିଆ ଚାନ୍ଦା ପୁଲିସ ବ୍ରାଉନସୁଗର ବେପାରୀଙ୍କ ଠାରୁ ଆଣି ତାଙ୍କୁ ସୁରକ୍ଷା ଦେଉଥିବା ଯୋଗୁ ସହରରେ ବେଳକୁ ବେଳ ଆଇନଶୃଙ୍ଖଳା ବିଗୁଡୁଥିବା ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପକ୍ଷରେ ଗୁରୁବାର ଆଦର୍ଶ ଥାନା ପୋଲିସ ୧୬ନଂ ୫୭ନଂଜାତୀୟ ରାଜପଥକୁ ସଂଯୋଗ କରୁଥିବା ନବନିର୍ମାଣଧିନ ନୂଆ ଜାତୀୟ ରାଜପଥ ଉପରେ ଚଢାଉ କରି ଦୁଇ ଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ଆଦର୍ଶ ଥାନା ଅଂଚଳର ଗୁରୁଜଙ୍ଗ ଗ୍ରାମ କୋଚିଲାକଣ ସାହିର ସୁଶାନ୍ତ କୁମାର ପ୍ରଧାନ ଓରଫ ସିପୁ(୩୨) ଏବଂ ଅନ୍ୟଜଣେ ମୁକୁନ୍ଦ ପ୍ରସାଦ ଗ୍ରାମ ଝରଟାଙ୍ଗି ଅଂଚଳର ନିହାର ରଞ୍ଜନ ହାତୀ ଓରଫ୍ ପାପୁ (୩୨) । ସେମାନଙ୍କ ଠାରୁ ମାତ୍ର ୨୮ଗ୍ରାମ ଓଜନର ବ୍ରାଉନ ସୁଗାର ସମେତ ଗୋଟିଏ ମଟର ସାଇକେଲ ଏବଂ ଦୁଇଟି ମୋବାଇଲ ଫୋନ ଜବତ ହୋଇଥିବା ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
ଅପରପାଶ୍ୱର୍ରେ ଛୋଟ ଛୋଟ ବେପାରୀ ଧରାପଡୁଥିବାବେଳେ ମାଫିଆ ମାନେ ଆଜି ମଧ୍ୟ ଖୋଲା ମେଲା ରେ ବିନଦାସରେ ବୁଲୁଛନ୍ତି । ଅନେକ ସମୟରେ ପୋଲିସ ଧରପଗଡ ବେଳେ ମାଷ୍ଟରମାଇଣ୍ଡ ଖସି ଯାଉଛନ୍ତି । ଖୋର୍ଦ୍ଧା ସହରରେ ଧଳାଜହର କାରବାର ପଛର ମୁଖ୍ୟଖଳାନାୟକ ନିକଟରେ ପୋଲିସ ପହଂଚି ପାରୁନାହିଁ । ଏହାର ଚେର କେଉଁ ସ୍ଥାନ ପର୍ଯ୍ୟନ୍ତ ଲମ୍ବିଛି । ଏମାନେ କେଉଁଠାରୁ ଧଳାଜହର ଆଣୁଛନ୍ତି । କିଏ ଏମାନଙ୍କୁ ସପ୍ଲାଇ କରୁଛି । ଏହାର ପଛର ମୁଖ୍ୟ କାପ୍ଟଟଦାର କିଏ, ଆଜି ପର୍ଯ୍ୟନ୍ତ ପୋଲିସ ରୁଟ କର୍ଣ୍ଣରରେ ପହଂଚି ପାରିନାହିଁ । ରାଜଧାନୀ ପରେ ଖୋର୍ଦ୍ଧା ସହର ଧଳଜହର ପେଣ୍ଠସ୍ଥଳୀ ପାଲଟିଛି । ତେବେ ଏହାକୁ ମୂୂଳତପାଟୋନ ଲାଗି ପୋଲିସର ସେଭଳି କୌଣସି ଷ୍ଟାଟେଜି ନାହିଁଁ । ଫଳରେ ନିଶା ବେପାରୀ ମାନେ ଖୋଲା ବଜାରରେ ଖୁଲମଖୁଲା ଭାବେ ବେପାର କରୁଛନ୍ତି । ପାନ ଦୋକାନ, ମୋବାଇଲ ଦୋକାନ, ଗ୍ରୋସରୀ, ପରିବା ଦୋକାନ ଆଳରେ ନିଶା କାରବାର ଚାଲିଛି । ଗୋଟିଏ ପଟେ ନିଶା ଯୋଗୁ ଯୁବସମାଜ ବିପଦଗାମୀ ହେଉଥିବା ବେଳେ ମାଫିଆ ଓ ନିଶା ବେପାରୀ ମାନେ ମାଲାମାଲ ହୋଇ ନଭଶ୍ଚୁମ୍ଭୀ ଅଟ୍ଟଳିକା ବିଳାଶପୂର୍ଣ୍ଣ ଜୀବନଯାପନ କରୁଛନ୍ତି ।
ତେବେ ଯେତିକି ପରିମାଣ ଧରାଯାଉଛି, ତାହାକୁ ଦେଖାଯାଉନାହିଁ, ଅଥବା ଜାଣିଶୁଣି କମ୍ ପରିମାଣର ଦେଖାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି । କିଛି ସ୍ଥାନରେ ପୋଲିସ ଚଢଉ ପୂର୍ବରୁ ମଧ୍ୟ ଖବର ପହଁଚି ଯାଉଛି, ଫଳରେ ମାଫିଆମାନେ ବିନା ଦ୍ୱିଧାରେ ଖସିଯାଉଛନ୍ତି । ବାସ୍ତବରେ ଖସୁଛନ୍ତି ନା ଖସାଇ ଦିଆଯାଉଛି, ତାହାକୁ ନେଇ ମଧ୍ୟ ସହରରେ ଏକ ପ୍ରକାରରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
ସୂଚନା ପ୍ରକାରେ ଖୋର୍ଦ୍ଧା ସହରରେ ଦୈନିକ କୋଟିଏରୁ ଉଦ୍ଧ୍ୱର୍ କାରବାର ହେଉଥିବା ଜଣାପଡିଛି । ତେବେ ମାଷ୍ଟରମାଇଣ୍ଡ ନିକଟରେ ପୋଲିସ ନପହିଂବା ପର୍ଯ୍ୟନ୍ତ ଖୋର୍ଦ୍ଧା ସହରକୁ ନିଶା କବଳରୁ ମୁକ୍ତି କରିବାରେ ସଫଳ ହୋଇପାରିବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now