ପ୍ରଧାନ କନଷ୍ଟ୍ରକସନ ପ୍ରାୟୋଜିତ ବାମଡିହ ପ୍ରିମିଅର ଲିଗ୍ ଉଦଘାଟିତ

ଆଜି କିଙ୍ଗ ଜାଗୁଆର ଓ  ଶୁଭମ ୧୧ ବିଜେତା :ରବିବାର ହେବ ଫାଇନାଲ ମ୍ୟାଚ

ଖୋର୍ଦ୍ଧା,(୨୫/୧୨):- ବେଗୁନିଆ ବ୍ଲକ୍ ବାଘମାରି ଗ୍ରାମ ପଞ୍ଚାୟତ ର ବାମଡିହ ଖେଳ ପଡିଆ ରେ ପ୍ରଧାନ କନଷ୍ଟ୍ରକସନ ଦ୍ଵାରା ପ୍ରଯୋଜିତ ବାମଡିହ ପ୍ରିମିଅର ଲିଗ୍ ଉଦଘାଟିତ ହୋଇଯାଇଛି ।

ଏହି ଉଦ୍ଘାଟନୀ ଉତ୍ସଵ ରେ ଅତିଥି ଭାବେ  ବାଘମାରି ସରପଞ୍ଚ ମାନସ ରଞ୍ଜନ ବିଶ୍ଵାଳ, ସମାଜସେବୀ ପ୍ରତାପ ମହାନ୍ତି, ପ୍ରେମାନନ୍ଦ ମହାନ୍ତି , ପୂଜେଶ ପ୍ରଧାନ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।



ଏହି ଟୁର୍ଣ୍ଣାମେଣ୍ଟରେ ଚାରିଗୋଟି ଦଳ ଭାଗ ନେଇଛନ୍ତି । ଆଜି ପ୍ରଥମ ମ୍ୟାଚ କିଙ୍ଗ ଜଗୁଆର ଓ ରୁଥଲେସ ରନର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବିଜେତା ହେଲେ କିଙ୍ଗ ଜାଗୁଆର  ।



ଦ୍ଵିତୀୟ ମ୍ୟାଚ୍ ଟି ଇଗଲ ଫାଇଟର୍ ଓ ଶୁଭମ ୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବିଜେତା ହୋଇଛନ୍ତି ଶୁଭମ ୧୧ । ଏହାପରେ  ସେମି ଫାଇନାଲ ପରେ ଫାଇନାଲ ମ୍ୟାଚ ରବିବାର ଦିନ ହେବ ବୋଲି ଅନୁଷ୍ଠାନ ପକ୍ଷ ରୁ ସୂଚନା ମିଳିଛି । ଏହି ପ୍ରିମିଅର ଲିଗ୍ କୁ ଅମ୍ପେୟର ଭାବେ ଯୋଗଦେବା ସହ  ପରିଚାଳନା କରିଛନ୍ତି ଅକ୍ଷୟ ପ୍ରଧାନ ଓ ରମେଶ ସେଠୀ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *