ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ -୨୦୨୫, ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଘାଟିତ
ଖୋର୍ଦ୍ଧା,(୧୬/୧୨):- ଖୋର୍ଦ୍ଧାର ଲଢ଼ୁଆ ପାଇକମାନଙ୍କ ବିତତ୍ଵ ସମଗ୍ର ରାଷ୍ଟ୍ର ଓ ଆଁନ୍ତରାଷ୍ତ୍ରରେ ଅନନ୍ୟ l ଖୋର୍ଦ୍ଧା ମାଟିର ଜୋଗଜନ୍ମା ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ,ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପାଟ୍ଟଶାଣୀ ଙ୍କ ଅବଦାନ ଖୋର୍ଦ୍ଧା ପାଇକ ମାଟିର ଗାଥା ବହନ କରେ l ଖୋର୍ଦ୍ଧା ବୟନ ଶିଳ୍ପ ର ଗନ୍ତାଘର l ୧୯୯୭ ଏବଂ ୧୯୯୮ ମସିହାରୁ ଉଦ୍ୟମ ହୋଇ ୨୦୦୦ମସିହାରୁ ଖୋର୍ଦ୍ଧା ମହୋତ୍ସବ ଘାତ ପ୍ରତିଘାତ ସତ୍ତ୍ୱେ ଆଜି ୨୫ ବର୍ଷ ପୂର୍ତ୍ତି ପାଳନରେ ଖୋର୍ଦ୍ଧା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ସାମାଜିକ ମୂଲ୍ୟବୋଧ, ଅସ୍ମିତାର ନିଦର୍ଶନ ଯାହା ସମଗ୍ର ରାଷ୍ଟ୍ର ଓ ଅନ୍ତରାଷ୍ତ୍ର ରେ ପରିଚିତ ବୋଲି ଆଜି ସନ୍ଧ୍ୟାରେ ମାନ୍ୟବର ସମବାୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ତଥା ଜିଲ୍ଲା ପ୍ରଭାରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରି ଉପରୋକ୍ତ ବିଷୟ ନିଜ ଉଦବୋଧନରେ ପ୍ରକାଶ କରିଛନ୍ତି l ମନ୍ତ୍ରୀ ଆହୁରି କହିଛନ୍ତି ଖୋର୍ଦ୍ଧା ମହୋତ୍ସବ ଜନଜୀବନର ବାସ୍ତବ ରୂପ,ସଂସ୍କୃତି, କୃଷିମେଳା, ମୀନା ବଜାର, ପାଇକ ଆଖଡ଼ା, ପାଇକ ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ ଯୁବପିଢୀ ମାନେ ଉଜ୍ଜୀବିତ ରଖି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଅଭିମତରେ ଜାଗ୍ରତ ହେବାକୁ ଆହ୍ଵାନ ଦେଇଥିଲେ ।

ମହୋତ୍ସବ ଆୟୋଜନ କମିଟି ନିୟୁ ଥିଙ୍କିଙ୍ଗ ଫୋରମ୍ ର ସଭାପତି ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ସ୍ଥାନୀୟ ବିଧାୟକ, ଖୋର୍ଦ୍ଧା, ପ୍ରଶାନ୍ତ କୁମାର ଜଗଦେବ ସ୍ୱାଗତ ସମ୍ଭାଷଣ ଓ ମହୋତ୍ସବର ଦୀର୍ଘ ୨୫ ବର୍ଷ ପୂର୍ତ୍ତିର ଇତିହାସ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ l ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ସଭାପତି, ଜିଲ୍ଲାପରିଷଦ, ରୂପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ , ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ସମାଜ ସେବୀ ନିକୁଞ୍ଜ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ବାସନ୍ତୀ ମହାପାତ୍ର, ପ୍ରମୁଖ ଖୋର୍ଦ୍ଧା ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଅତିଥି ପରିଚୟ ମହୋତ୍ସବ କମିଟି ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ପ୍ରଦାନ କରିଥିଲେ ।

ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ଆତସ ବାଜି କାର୍ଯ୍ୟକ୍ରମ ମଧ୍ୟରେ ଅତିଥି ମାନଙ୍କୁ ଉପଢ଼ୌକନ ମହୋତ୍ସବ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଉଦ୍ଘାଟନୀ ସମାରୋହରେ ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା,ବହୁ ଜନପ୍ରତିନିଧି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିମାନେ ଓ ବହୁ ସଂଖ୍ୟାରେ ଜନ ସମାବେଶ ହୋଇଥିଲା l

Subha Khabar is now on Whatsapp
Join and get latest news update delivered to you via whatsapp
Join Now