ଅଘୋଷିତ ବିଦ୍ୟୁତ କାଟ, ଉପଭୋକ୍ତା ହନ୍ତସନ୍ତ

ମରାମତି ଆଳରେ ପ୍ରତି ଛୁଟି ଦିନରେ ଦିନ ତମାମ କଟୁଛି ବିଦ୍ୟୁତ

ମରାମତି କରାଯାଉଛି ନା ଇନଭର୍ଟର ବିକ୍ରୀ ଲାଗି କମ୍ପାନୀ ମାନଙ୍କ ସହ ବିଭାଗ ଡିଲ କରିଛି ତାହାକୁ ନେଇ ଉଠିଲାଣି ପ୍ରଶ୍ନ

Advertisement

ଖୋର୍ଦ୍ଧା-(୦୨/୧୨):-  ଗଛ ର ପତ୍ର ହଲିଲେ  କଟୁଛି ବିଦ୍ୟୁତ l ଖୋର୍ଦ୍ଧା ବିଦ୍ୟୁତ ବିଭାଗ ର ଲୁଚକାଳି ଖେଳରେ ଉପଭୋକ୍ତା ହନ୍ତସନ୍ତ ହେଉଛନ୍ତି ।  ଖରା ହେଉ ଅବା ବର୍ଷା ବା ଶୀତ । ବିଦ୍ୟୁତ ବିଭାଗ ନିମନ୍ତେ ସବୁ ସମାନ । ଆକାଶରେ ମେଘ ଆସୁ ନଆସୁ ଗଛର ପତ୍ର ହଲିଲା ମାତ୍ରେ କଟାଯାଉଛି ବିଦ୍ୟୁତ । ସେହିପରି ପ୍ରତି ଛୁଟି ଦିନରେ ମରାମତି ଆଳରେ ଦିନ ତମାମ ବିଦ୍ୟୁତକାଟ କରାଯାଉଥିବାବେଳେ ମାସକୁ ବାରମ୍ବାର ଏଭଳି ବାହାନା ଦେଖାଇ ଘଣ୍ଟା, ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ କରାଯାଉଥିବା ଅଭିଯୋଗ ହେଉଛି ।


ସେସୁ ଠାରୁ ଟାଟା ଅଧିଗ୍ରହଣ ପରେ ଆଜକୁ ୫ବର୍ଷ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରକାର ଗୁଣାତ୍ମକ ସେବା ଟାଟା ପକ୍ଷରୁ ଗ୍ରାହକଙ୍କୁ ଯୋଗାଇ ଦିଆଯାଇ ପାରିନି ।  ବିଦ୍ୟୁତ କାଟ  ହେବା ଦ୍ୱାରା ଛୋଟପିଲା, ରୋଗୀ ମାନେ ଦହଗଞ୍ଜ ହେଉଛନ୍ତି । ବାସ୍ତବରେ ମରାମତି କରାଯାଉଛି ନା ଇନଭଟର ବିକ୍ରୀ ଲାଗି ଦୋକାନୀଙ୍କ ସହ ବିଭାଗ ଡିଲ କରିଛି ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।


  ଅନ୍ୟପକ୍ଷରେ ସ୍ମାର୍ଟ ମିଟର ଲଗାଇ ଗ୍ରାହକ ଙ୍କୁ ଶୋଷୁଛି ଟାଟା କମ୍ପାନୀ । ଉପଭୋକ୍ତାଙ୍କ ମିଟର ଠିକ ଥିଲେ ମଧ୍ୟ ତୁମ ମିଟର ପୁରୁଣା ହେଲାଣି କହି ବାଧ୍ୟତାମୂଳକଭାବେ ନୂଆ ମିଟର ଲଗାଯାଉଛି । ଗ୍ରାହକଙ୍କୁ ସିଧାସଳଖ ସେବା ନଯୋଗାଇ କାଗଜପତ୍ର କାମ ଆଳରେ ଅଯଥାରେ ହଇରାଣ କରାଯାଉଛି । ବିଦ୍ୟୁତ ଚୋରି ଅଭିଯୋଗରେ ଗ୍ରାହକଙ୍କୁ  ଆର୍ଥିକ ଶୋଷଣ କରୁଛି ଏବଂ ସେହି ଅର୍ଥ ରାଶିକୁ ବିଲ୍ ରେ ଉପଲବ୍ଧ କରାଯାଉନାହିଁ । ଯାହାକୁ ନେଇ ଉଠିଲାଣି ବିଭିନ୍ନ ପ୍ରଶ୍ନ । କୌଣସି ଏକ ସ୍ଥାନକୁ ବିଦ୍ୟୁତ ସଂଯୋଗ କରିବାକୁ ହେଲେ ଟାଟା ର ଭେଣ୍ଡର ଠାରୁ ଖୁଣ୍ଟ, ତାର ଓ ଇନସୁଲେଟର କିଣିବାକୁ ବାଧ୍ୟ କରାଯାଉଛି । ନଚେତ ବିଦ୍ୟୁତ ସଂଯୋଗ କାର୍ଯ୍ୟ ଠିକ୍  ନଥିବା ଦର୍ଶାଯାଇ ଆର୍ଥିକ ଶୋଷଣ କରାଯାଉଛି । ଏ ନେଇ ଧିରେ ଧିରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ବିଭାଗୀୟ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *