ମରାମତି ଆଳରେ ପ୍ରତି ଛୁଟି ଦିନରେ ଦିନ ତମାମ କଟୁଛି ବିଦ୍ୟୁତ
ମରାମତି କରାଯାଉଛି ନା ଇନଭର୍ଟର ବିକ୍ରୀ ଲାଗି କମ୍ପାନୀ ମାନଙ୍କ ସହ ବିଭାଗ ଡିଲ କରିଛି ତାହାକୁ ନେଇ ଉଠିଲାଣି ପ୍ରଶ୍ନ
ଖୋର୍ଦ୍ଧା-(୦୨/୧୨):- ଗଛ ର ପତ୍ର ହଲିଲେ କଟୁଛି ବିଦ୍ୟୁତ l ଖୋର୍ଦ୍ଧା ବିଦ୍ୟୁତ ବିଭାଗ ର ଲୁଚକାଳି ଖେଳରେ ଉପଭୋକ୍ତା ହନ୍ତସନ୍ତ ହେଉଛନ୍ତି । ଖରା ହେଉ ଅବା ବର୍ଷା ବା ଶୀତ । ବିଦ୍ୟୁତ ବିଭାଗ ନିମନ୍ତେ ସବୁ ସମାନ । ଆକାଶରେ ମେଘ ଆସୁ ନଆସୁ ଗଛର ପତ୍ର ହଲିଲା ମାତ୍ରେ କଟାଯାଉଛି ବିଦ୍ୟୁତ । ସେହିପରି ପ୍ରତି ଛୁଟି ଦିନରେ ମରାମତି ଆଳରେ ଦିନ ତମାମ ବିଦ୍ୟୁତକାଟ କରାଯାଉଥିବାବେଳେ ମାସକୁ ବାରମ୍ବାର ଏଭଳି ବାହାନା ଦେଖାଇ ଘଣ୍ଟା, ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ କରାଯାଉଥିବା ଅଭିଯୋଗ ହେଉଛି ।

ସେସୁ ଠାରୁ ଟାଟା ଅଧିଗ୍ରହଣ ପରେ ଆଜକୁ ୫ବର୍ଷ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରକାର ଗୁଣାତ୍ମକ ସେବା ଟାଟା ପକ୍ଷରୁ ଗ୍ରାହକଙ୍କୁ ଯୋଗାଇ ଦିଆଯାଇ ପାରିନି । ବିଦ୍ୟୁତ କାଟ ହେବା ଦ୍ୱାରା ଛୋଟପିଲା, ରୋଗୀ ମାନେ ଦହଗଞ୍ଜ ହେଉଛନ୍ତି । ବାସ୍ତବରେ ମରାମତି କରାଯାଉଛି ନା ଇନଭଟର ବିକ୍ରୀ ଲାଗି ଦୋକାନୀଙ୍କ ସହ ବିଭାଗ ଡିଲ କରିଛି ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।

ଅନ୍ୟପକ୍ଷରେ ସ୍ମାର୍ଟ ମିଟର ଲଗାଇ ଗ୍ରାହକ ଙ୍କୁ ଶୋଷୁଛି ଟାଟା କମ୍ପାନୀ । ଉପଭୋକ୍ତାଙ୍କ ମିଟର ଠିକ ଥିଲେ ମଧ୍ୟ ତୁମ ମିଟର ପୁରୁଣା ହେଲାଣି କହି ବାଧ୍ୟତାମୂଳକଭାବେ ନୂଆ ମିଟର ଲଗାଯାଉଛି । ଗ୍ରାହକଙ୍କୁ ସିଧାସଳଖ ସେବା ନଯୋଗାଇ କାଗଜପତ୍ର କାମ ଆଳରେ ଅଯଥାରେ ହଇରାଣ କରାଯାଉଛି । ବିଦ୍ୟୁତ ଚୋରି ଅଭିଯୋଗରେ ଗ୍ରାହକଙ୍କୁ ଆର୍ଥିକ ଶୋଷଣ କରୁଛି ଏବଂ ସେହି ଅର୍ଥ ରାଶିକୁ ବିଲ୍ ରେ ଉପଲବ୍ଧ କରାଯାଉନାହିଁ । ଯାହାକୁ ନେଇ ଉଠିଲାଣି ବିଭିନ୍ନ ପ୍ରଶ୍ନ । କୌଣସି ଏକ ସ୍ଥାନକୁ ବିଦ୍ୟୁତ ସଂଯୋଗ କରିବାକୁ ହେଲେ ଟାଟା ର ଭେଣ୍ଡର ଠାରୁ ଖୁଣ୍ଟ, ତାର ଓ ଇନସୁଲେଟର କିଣିବାକୁ ବାଧ୍ୟ କରାଯାଉଛି । ନଚେତ ବିଦ୍ୟୁତ ସଂଯୋଗ କାର୍ଯ୍ୟ ଠିକ୍ ନଥିବା ଦର୍ଶାଯାଇ ଆର୍ଥିକ ଶୋଷଣ କରାଯାଉଛି । ଏ ନେଇ ଧିରେ ଧିରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ବିଭାଗୀୟ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

Subha Khabar is now on Whatsapp
Join and get latest news update delivered to you via whatsapp
Join Now
