ସମସ୍ତ ଯାତ୍ରୀବାହି ବସ ଗୁଡ଼ିକ ଖୋର୍ଦ୍ଧା ନୁଆ ବସଷ୍ଟାଣ୍ଡ ଦେଇ ଯିବା ନେଇ  ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ଖୋର୍ଦ୍ଧା -୨/୧୨-ଖୋର୍ଦ୍ଧା ଜିଲ୍ଲାର ସଦର ମହକୁମା ହୋଇଥିବାରୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟା ରେ ଯାତ୍ରୀ ଓ ସାଧାରଣ ଲୋକେ ଖୋର୍ଦ୍ଧା ଦେଇ ଦୂର ଦୁରାନ୍ତ କୁ ଯାତାୟାତ କରିଥାନ୍ତି l ମୁଖ୍ୟତଃ ଭୁବନେଶ୍ୱରରୁ
ବ୍ରହ୍ମପୁର ଏବଂ ଗଞ୍ଜାମ ଅଭିମୁଖେ ଯାଉଥିବା ଯାତ୍ରୀବାହି ବସ ଗୁଡ଼ିକ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ କୁ ନଯାଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଓଭର ବ୍ରିଜ ଦେଇ ଯାଉଥିବାରୁଓଭର ବ୍ରିଜ ତଳେ ବସ କୁ ଅପେକ୍ଷା କରି ରହିଥିବା ଯାତ୍ରୀ ନାହଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ଏପରିକି ସେମାନଙ୍କୁ ତୋଟାପଡା ଇସ୍କନ ମନ୍ଦିର ଏବଂ ଗଡ଼ଖୋର୍ଦ୍ଧା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ପାଖକୁ ଯିବାକୁ ପଡ଼ୁଛି l ପୁର୍ବରୁ ସମସ୍ତ ଯାତ୍ରୀବାହି ବସ ଗୁଡ଼ିକ ଖୋର୍ଦ୍ଧା ନୁଆ ବସଷ୍ଟାଣ୍ଡ ଦେଇ ଯିବା ଆସିବା କରୁଥିବା ବେଳେ ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି l

ଏହି ସମସ୍ୟା ର ସମାଧାନ ନିମନ୍ତେ ସମ୍ମିଳିତ କର୍ମଜୀବି ସାମ୍ୱାଦିକ ସଂଘ(ଓ.ୟୁ.ଡ ବ୍ଲୁ.ଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀ ଙ୍କ ନେତୃତ୍ୱ ରେ ଏକ ପ୍ରତନିଧି ମଣ୍ଡଳୀ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥଲେ l ଖୁବଶୀଘ୍ର ଏହି ସମସ୍ୟା ର ସମାଧାନ କରାଯିବବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ, ଉପ ସଭାପତି ସୟଦ ଲିୟାକତ ଅଲ୍ଲି, ଲଲିତ ମୋହନ ମହାପାତ୍ର, ରଞ୍ଜିତ ସାମନ୍ତରାୟ, ପ୍ରବୀଣ ଭାଞ୍ଜ, ଶୁଭକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *