ଆଠଗଡରୁ ଦେଶୀ ମଦ ବ୍ୟବସାୟର ଚେର ଲମ୍ବିଛି ବେଗୁନିଆ ଥାନା ଅଞ୍ଚଳ କୁ….

ଦେଶୀ ମଦ ଜବତ ସହ କାର ଚାଳକକୁ ଗିରଫ କରିଛି ଅବକାରୀ ପୁଲିସ

ଖୋର୍ଦ୍ଧା :- ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ ଓ ସଦର ରେଞ୍ଜ ଅଧିକାରୀ ରାଧାକାନ୍ତ ଭୋଇଙ୍କ ତତ୍ବାବଧାନରେ  ଅପରାହ୍ନରେ  କାର ଚାଳକ ସହ ଦେଶୀ ମଦ ଜବତ  କରିବାରେ ବେଗୁନିଆ ଅବକାରୀ ଥାନା ପୁଲିସ ସଫଳ ହୋଇଛି।

ବେଗୁନିଆ ଅବକାରୀ ଥାନା ଏସଆଇ ରାଜେନ୍ଦ୍ର ଖେସଙ୍କ ସୂଚନା ଅନୁଯାୟୀ ଅବକାରୀ ଥାନା ପୁଲିସ ପାଟ୍ରୋଲିଙ୍ଗ  କରୁଥିବା ବେଳେ କୁଶପଲା ଗ୍ରାମ ଠାରେ ଏକ କାର ଯୋଗେ ଦେଶୀ ମଦ ନେଇ ଯାଉଥିବା  ସନ୍ଦେହରେ ଗାଡିଟିକୁ ଅଟକାଇ  ତଲାସି କରିଥିଲା ପୁଲିସ। ଏଥିରୁ ମୋଟ ୫୨୫ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଚାଳକ ମହେଶ୍ୱର ସ୍ୱାଇଁଙ୍କୁ ଗିରଫ କରିଛି ଅବକାରୀ ପୁଲିସ।

ତାଙ୍କର ଘର ଜଟଣୀ ଥାନା ଅନ୍ତର୍ଗତ ହରିରାଜପୁର ର ବୋଲି ସୂଚନା। ଏଥିରେ ପୁଲିସ ଦେଶୀ ମଦ ଜବତ ସହ କାର ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଆଠଗଡରୁ ଦେଶୀ ମଦ ପ୍ରସ୍ତୁତ ହୋଇ ବେଗୁନିଆ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ସହଯୋଗୀ ମାନଙ୍କ ଦ୍ବାରା ମୁଖ୍ୟ ଅଭିଯୁକ୍ତ ନିଲୁ କାୟା ବିସ୍ତାର କରିଛି ବୋଲି ଜଣା ପଡିଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *