ଖୋର୍ଦ୍ଧା :(୩୦/୧୧):- ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିର ଫାଇନାଲ ମ୍ୟାଚ୍ ରେ ମଞ୍ଚେଶ୍ୱର୍ ଦଳ ମେଣ୍ଢାଶାଳ କୁ ୪ ୱିକେଟ ରେ ପରାସ୍ତ କରିଛି। ଟସ୍ ରେ ବିଜୟ ଲାଭ କରି ମେଣ୍ଢାଶାଳ ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି ମେଣ୍ଢାଶାଳ ଦଳ ନିର୍ଦ୍ଧାରିତ ୨୦ ଓଭର ରୁ ୫ ୱିକେଟ ହରାଇ ୧୬୫ ରନ ସଂଗ୍ରହ କରିଥିଲେ।ଦଳ ପକ୍ଷରୁ ଅଭିମନ୍ୟୁ ସ୍ୱାଇଁ ଓ ଆଇ ଏସ ଗିରି ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ ମଞ୍ଚେଶ୍ୱର ଦଳ ନିର୍ଦ୍ଧାରିତ ୧୮ ଓଭର ରୁ ୬ୱିକେଟ ହରାଇ ୧୬୬ ରନ୍ ସଂଗ୍ରହ କରି ବିଜୟ ହାସଲ କରି ଚମ୍ପିୟାନ ହୋଇଥିଲା। ଏସ କେ ସଲମାନ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଆଇ ଏସ ଗିରି,ଶ୍ରେଷ୍ଠ ବୋଲର ମନୋଜ କୁମାର ବାରିକ ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଶ୍ରେୟାନ୍ସୁ ସାହୁ ପୁରସ୍କୃତ ହୋଇଥିଲେ।

ଆଜିର ସଭା ରେ ମୁଖ୍ୟ ଅତୀଥି ଭାବରେ ବୋଲଗଡ଼ ବେଗୁନିଆ ଓ ଖୋରଧା ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ରାଇସିଂ ଷ୍ଟାର କ୍ଲବ ର ସଭାପତି ସଞ୍ଜୟ ପାଇକରାୟ,ମଣ୍ଡଳ ସଭାପତି ଉତ୍ତର ଖୋର୍ଦ୍ଧା ସଂଗ୍ରାମ କେଶରୀ ସାମନ୍ତ ସିଂହାର,ସମାଜସେବୀ ରାମ ଚନ୍ଦ୍ର ସାମନ୍ତରାୟ ଓ ବିହାରୀ ଲାଲ ଫାଇଟର କ୍ଲବ ର ସଭାପତି ଅକ୍ଷୟ ଜେନା, ପ୍ରତାପ ମାଗପାତ୍ର, ଗୋବର୍ଧନ ହାତୀ, ଅମରେନ୍ଦ୍ର ବରାଳ, ବନବିହାରୀ ସ୍ୱାଇଁ, ରାଜେଶ ବରାଳ ଯୋଗ ଦେଇ ସମସ୍ତ ଦଳ ଓ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଆଜିର ଖେଳକୁ ପରିଚାଳନା କରୁଥିଲେ ରୀୟାଜତ ଅଲି ଓ ପ୍ରୋଦୋଷ ବଳିଆର ସିଂହ। ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ,ଅଭିଜିତ ସାମନ୍ତରାୟ ଓ ସୂର୍ଯ୍ୟପ୍ରତାପ ଗଜେନ୍ଦ୍ର ଓ ତାରାପ୍ରସାଦ ରାଉତରାୟ ରହିଥିଲେ। କ୍ୟାମେରା ମ୍ୟାନ ଭାବେ ବିନୋଦ ଜେନା ରହିଥିଲେ।ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ ତୁଲାଇଥିଲେ ।ମଞ୍ଚ ପରିଚାଳନା କରିଥିଲେ ଅବ୍ୟକ୍ତ ହରିହର ଖାଡଙ୍ଗା।ଶେଷରେ ଦୂର୍ୟଧନ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now