ପୌର ପ୍ରଶାସନ କୁ ଧନ୍ୟବାଦ୍ ଦେଲେ ଅଞ୍ଚଳ ବାସି ଓ ଜନ ପ୍ରତିନିଧି
ଶ୍ମଶାନ ର ସମସ୍ତ ମୌଳିକ ସମସ୍ୟା ପୂରଣ କରିବାକୁ ଅଂଚଳ ବସି ରଖିଲେ ଦାବି
ଖୋର୍ଦ୍ଧା,(୨୯/୧୧):- ଖୋରଧା ପୌର ପରିଷଦ ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପୀଠ କୁ ଯିବା ରାସ୍ତା ପାର୍ଶ୍ବ ରେ ଅବସ୍ଥାପିତ ଶ୍ମଶାନ ର ଏବେ ଚାଲିଛି ଉନ୍ନତିକରଣ ।

ବରୁଣେଇ ପୀଠର ରାସ୍ତା ପାର୍ଶ୍ବରେ ଅବସ୍ଥିତ ଏହି ଶ୍ମଶାନ ଟି ଅଛି ବ୍ୟବହାର ଅନୁପଯୋଗୀ । ସଂପୂର୍ଣ୍ଣ ଶ୍ମଶାନ ଅଞ୍ଚଳ ଅଛି ବିଭିନ୍ନ ଗଛଲତା ରେ ପରିପୂର୍ଣ । ନା ଅଛି ଭିତରକୁ ରାସ୍ତା, ନା ଆଲୋକ, ନା ପାନୀୟ ଜଳ ନା ଶବ ସଂସ୍କାର ପାଇଁ ଅଛି ଶ୍ମଶାନ ଗୃହ । ଅଛି ଜନ୍ତୁ ଜୁନ୍ତ। ଭୟ । ବର୍ଷା ହେଲେ ଶବ ସଂସ୍କାର ପାଇଁ ହେଉଛି ସମ୍ପୂର୍ଣ୍ଣ ଅସୁବିଧା । ଅଛି କେବଳ ଗୋଟିଏ ଛୋଟ ଆଶ୍ରୟ ସ୍ଥଳୀ।

ଏହି ଶ୍ମଶାନ ଟି ପୌର ପରିଷଦ ର ୩ ନଂ ୱାର୍ଡ ରେ ଅବସ୍ଥିତ ଥିଲେ ମଧ୍ୟ ଏହା ଉପରେ ଶବ ସଂସ୍କାର ପାଇଁ ନିର୍ଭର କରନ୍ତି ୫ ଗୋଟି ୱାର୍ଡ ର ବାସିନ୍ଦା ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ , ଜନ ପ୍ରତିନିଧି ଙ୍କ ପୌର ପ୍ରଶାସନ ର ଦୃଷ୍ଟି ଆକର୍ଷଣ ଓ ଗଣ ମାଧ୍ୟମ ରେ ଖବର ପ୍ରସାରଣ ପରେ ଆରମ୍ଭ ହୋଇଛି ଉନ୍ନତିକରଣ କାମ ।
ପୌର ପ୍ରଶାସନ କୁ ଧନ୍ୟବାଦ୍ ଦେଇଛନ୍ତି ଅଞ୍ଚଳ ବାସି ,ଜନ ପ୍ରତିନିଧି ଓ ଶ୍ମଶାନ ର ସମସ୍ତ ମୌଳିକ ସମସ୍ୟା ଯଥା ଭିତରକୁ ରାସ୍ତା, ପାନୀୟ ଜଳ, ଆଲୋକିକରଣ ଓ ଶ୍ମଶାନ ଗୃହ ଆଦି ନିର୍ମାଣ ହେଲେ ପୁରାଣ ହୁଅନ୍ତା ଅଞ୍ଚଳ ବାସି ଙ୍କ ଶବ ସଂସ୍କାର ସମସ୍ୟା । ଯେହେତୁ ଏହା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ର ରାସ୍ତା ପାର୍ଶ୍ଵରେ ଏହାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଆନ୍ତା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now