ବେଗୁନିଆରେ ବୃଦ୍ଧାଶ୍ରମର ଶିଳାନ୍ୟାସ
ଖୋର୍ଦ୍ଧା, (୨୦/୧୧):- ବେଗୁନିଆ ବ୍ଲକ ଅଫିସ ନିକଟରେ ଭରସା ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ବୃଦ୍ଧାଶ୍ରମ ନିମନ୍ତେ ଆଜି ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି। କାର୍ଯକ୍ରମ ପ୍ରାରମ୍ଭରେ ଜଗନ୍ନାଥଙ୍କ ପାଖେ ଦୀପ ପ୍ରଜ୍ବଳନ ପୂର୍ବକ ପଣ୍ଡିତ ବ୍ରହ୍ମାନନ୍ଦ ରାଜଗୁରୁ ମଙ୍ଗଳା ଚରଣ ପାଠ କରିଥିଲେ। ଅନୁଷ୍ଠାନର ସଭାପତି ଭାଗିରଥି ପରିଡାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଶ୍ଵରୂପା ପଣ୍ଡାଙ୍କ ଦ୍ଵାରା ଆବାହନି ସଙ୍ଗୀତ ଗାନ କରାଯାଇ ଥିଲା।

ଅନୁଷ୍ଠାନ ର ଆବାହିକା ସୁଶ୍ରୀ ପ୍ରତିମା ପ୍ରଧାନ ବୃଦ୍ଧାଶ୍ରମ ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମ ରେ ଉଦ୍ଘାଟକ ରୂପେ ତହସିଲଦାର ବେଗୁନିଆ ,ତାପସ କୁମାର ବିଶି , ବିଶିଷ୍ଟ ଅତିଥି ରୂପେ ସମାଜସେବୀ ନବକିଶୋର ସ୍ୱାଇଁ , ମୁଖ୍ୟ ବକ୍ତା ରୂପେ ସମାଜସେବୀ ମାନସ ବେହେରା, ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଓ ସ୍ଵତନ୍ତ୍ର ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ ଯୋଗ ଦେଇ ସାଂପ୍ରତିକ ସମାଜରେ ବୃଦ୍ଧଶ୍ରମର ଆବଶ୍ୟକତା ବିଷୟରେ ବିଶେଷ ଆଲୋକପାତ କରିଥିଲେ ଓ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତ ଦେଇଥିଲେ। ଏଥିରେ ରିପୋର୍ଟର ଟୁଡେ ସାମ୍ବାଦିକ ପ୍ରବୀଣ ଭଞ୍ଜ,ଜାଗେଶ୍ୱର ପ୍ରଧାନ ,କଳିଙ୍ଗ ଟିଭିର ସାମ୍ବାଦିକ ଦୁର୍ଗା ପ୍ରସାଦ ଦାସ, ଓ ନକ୍ଷତ୍ର ନ୍ୟୁଜର ସାମ୍ବାଦିକ ସଞ୍ଜୀବ ସେଠୀ ଙ୍କୁ ଅତିଥି ମାନେ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏଥିରେ ଶ୍ରୀବତ୍ସ ପାଣିଗ୍ରାହୀ,ପ୍ରତାପ କୁମାର ସାହୁ,ଲକ୍ଷ୍ମୀଧର ମହାରଣା,ପ୍ରଦୀପ କୁମାର ସାହୁ ,କୈଳାସ ଚନ୍ଦ୍ର ସାହୁ, କୈଳାସନାଥ ପଟ୍ଟନାୟକ ବିଜୟ କୁମାର ମହାନ୍ତି ,ବାସନ୍ତୀ ପ୍ରଧାନ ବସନ୍ତ କୁମାର ରଣସିଂହ, ହରିହର ମହାପାତ୍ର,କୈଳାସ ରଥ,କଳ୍ପତରୁ ପଣ୍ଡା, ଶେଖର ପ୍ରଧାନ,ସୋମନାଥ ସାହୁ, ମନୋରମା ସ୍ୱାଇଁ,ରାମଚନ୍ଦ୍ର ସାହୁ, ଶତ୍ରୁଘ୍ନ ସାହୁ, ରାଜକିଶୋର ସାହୁ ଯୋଗଦାନ କରିଥିଲେ ଶେଷରେ ଜଗଦୀଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ


Subha Khabar is now on Whatsapp
Join and get latest news update delivered to you via whatsapp
Join Now
