ସମବାୟ ଓ ହସ୍ତ ଶିଳ୍ପ, ବୟନ ମନ୍ତ୍ରୀ  ଖୋର୍ଦ୍ଧାରେ ଉନ୍ନୟନ ଯୋଜନା ର କଲେ ସମୀକ୍ଷା

ଖୋର୍ଦ୍ଧା :- (ଶୁଭ ଖବର)ଓଡ଼ିଶା ସରକାରଙ୍କ  ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତ ଶିଳ୍ପ ମନ୍ତ୍ରୀ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ପ୍ରଦୀପ ବଳ ସାମନ୍ତ ଦିନିକିଆ ଖୋର୍ଦ୍ଧାଗସ୍ତ କରିଛନ୍ତି । ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ଯୋଜନା ଗୁଡିକ ର ଅଗ୍ରଗତି ର ସମୀକ୍ଷା କରିଛନ୍ତି ।

ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଭାରୀ ତଥା ମନ୍ତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲାପାଳ ଚଂଚଳ ରାଣା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପିତାମ୍ବର ସାମଲ ଯୋଗଦେଇଥିଲେ । ଉପସ୍ଥିତ  ଭୁବନେଶ୍ୱର ଅତିରିକ୍ତ ଉପ ପୁଲିସ ଆୟୁକ୍ତ ସୁନାରାମ ହେମ୍ବ୍ରମ୍ ଓ ଖୋର୍ଦ୍ଧା ଏସ୍ପି ସାଗରିକା ନାଥ ଜିଲ୍ଲା ର ଆଇନ ଶୃଙ୍ଖଳା ପରିସ୍ଥିତି, ଭି ଭି ଆଇ ପି ପ୍ରୋଗ୍ରାମ,ଭି ଆଇ ପି ପ୍ରୋଗ୍ରାମ ସମ୍ୱନ୍ଧରେ ଜିଲ୍ଲା ପ୍ରଭାରୀ ତଥା ମନ୍ତ୍ରୀ ଙ୍କୁ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।

News update pain Subscribe karantu


  ଏଥିସହିତ ବନବିଭାଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) , ଅନ୍ତଦ୍ୱୟ ଗୃହ, ଅମୃତ ସରୋବର, ଲକ୍ଷପତି ଦିଦି, ଗୋପବନ୍ଧୁ ଜନ ଆରୋଗ୍ୟ, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଆରୋଗ୍ୟ, ବୟୋବନ୍ଦନା, ପ୍ରଧାନମନ୍ତ୍ରୀ ଫସଲବିମା, ସମବାୟ, ହସ୍ତଶିଳ୍ପ, ବଳିଆ, ମୁଖ୍ୟ ମନ୍ତ୍ରୀ ବୟନ ଜ୍ୟୋତି, ଖାଦ୍ୟ ସୁରକ୍ଷା, ଜରୁରୀ କାଳୀନ ସେବା, ଶିକ୍ଷା, କୃଷିି, ଉଦ୍ୟାନ କୃଷି, ସାମାଜିକ ସୁରକ୍ଷା ବିଭାଗ, ସମାଜ ମଙ୍ଗଳ ବିଭାଗ, ମଙ୍ଗଳ ବିଭାଗ, ଶିଶୁ ସୁରକ୍ଷା ବିଭାଗ, ଶିଳ୍ପ କେନ୍ଦ୍ର, ଶ୍ରମ ବିଭାଗ, ଇଡକୋ ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ସମ୍ପଦ ସେବା ବିଭାଗ,ଗ୍ରାମ୍ୟ ନିର୍ମାଣ, ପୂର୍ତ ବିଭାଗ ର ବିଭିନ୍ନ ପ୍ରକଳ୍ପ ର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ।

  

 କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ସମୀକ୍ଷା
 

ମନ୍ତ୍ରୀ ଶ୍ରୀ ବଳସାମନ୍ତ ଜିଲ୍ଲାରେ ପ୍ରଶାସନିକ ଦକ୍ଷତା ଯୋଗୁ ସମସ୍ତ ଅଗ୍ରଣୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉନ୍ନୟନ ଯୋଜନା କାର୍ଯ୍ୟ କାରିତାରେ ସନ୍ତୁଷ୍ଟି ପ୍ରକାଶ କରିବାସହ ଜିଲ୍ଲା ପ୍ରଶାସନ ଓ ଅଧିକାରୀ ମାନଙ୍କୁ ପ୍ରକୃତ ହିତାଧିକାରୀଙ୍କ ସମସ୍ୟା ବୁଝି ଯୋଜନାର ସୁଫଳ ପହଁଚାଇ ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *