ଖୋର୍ଦ୍ଧା ଜିଲ୍ଲା ଯୋଗାଣ ବିଭାଗର ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି  ବୈଠକ ଅନୁଷ୍ଠିତ

୧୫୫ ଟି ଧାନ କ୍ରୟ କେନ୍ଦ୍ର ରୁ ଜିଲ୍ଲାର ୧୫  ଗୋଟି ମିଲର ଙ୍କ ଜରିଆରେ ଧାନ କ୍ରୟ କରାଯିବ

ଜାନୁଆରୀ ୭ ରୁ ଜିଲ୍ଲା ରେ ହେବ ଧାନ କ୍ରୟ

Advertisement

ଖୋର୍ଦ୍ଧା, (୧୪/୧୧):- ଖୋର୍ଦ୍ଧା ଜିଲ୍ଲା ଯୋଗାଣ ବିଭାଗର ଧାନ କ୍ରୟ କମିଟି ସଦସ୍ୟ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକ ଜିଲ୍ଲାପାଳ  ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ବୈଠକରେ  ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ଖୋର୍ଦ୍ଧା ବିଧାୟକ  ପ୍ରଶାନ୍ତ କୁମାର ଜଗଦ୍ଦେବ ଓ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ ପ୍ରମୂଖ ଉପସ୍ଥିତ ରହି ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।
ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ ତଥା ଜିଲ୍ଲାର ସମସ୍ତ ପଦାଧିକାରୀ ଉପସ୍ଥିତ ରହି ନିଜ  ନିଜର ମତ ପ୍ରକାଶ କରିଥଲେ।



ଚଳିତ ବର୍ଷ ଜିଲ୍ଲାର ୧୫୫ ଟି ଧାନ କ୍ରୟ କେନ୍ଦ୍ର ରୁ ଜିଲ୍ଲାର ୧୫  ଗୋଟି ମିଲର ଙ୍କ ଜରିଆରେ ଧାନ କ୍ରୟ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର ପ୍ରକାଶ କରିଥିଲେ। ଜିଲ୍ଲାର ସମସ୍ତ ୧୪୦ ଗୋଟି ସୋସାଇଟି ଏବଂ ଦୁଇ ଗୋଟିନିୟନ୍ତ୍ରିତ ବଜାର କମିଟି ୨୦୨୫-୨୬ ବର୍ଷ ରେ ଧାନ କ୍ରୟ କରିବା ପାଇଁ ପ୍ରସ୍ତୁତ ଥିବା କଥା  ଜିଲ୍ଲା ସମବାୟ ନିବନ୍ଧକ ତଥା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଜଣାଇଥିଲେ।



ଜିଲ୍ଲାରେ ଧାନ କ୍ରୟ ତା ୦୭.୦୧.୨୦୨୬ରିଖ ଠାରୁ ଆରମ୍ଭ ହେବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା। ଚାଷୀ ମାନଙ୍କର ଧାନ ର ପରିମାଣ କୁ ଦେଖି ସପ୍ତାହକୁ କେତେଦିନ ଧାନ କ୍ରୟ କରାଯିବ ତାହା ଜିଲ୍ଲା ସମବାୟ ନିବନ୍ଧକ ପ୍ରକାଶ କରିଥିଲେ।



ଜୟଦେବ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଳମ୍ବରେ ଧାନ ଅମଳ ହେଉଥିବାରୁ ବିଳମ୍ବରେ ଧାନ କ୍ରୟ ଆରମ୍ଭ କରିବା ପାଇଁ ସଭାରେ ପ୍ରସ୍ତାବ ଦେଇଥିଲେ। ଏହି ସମ୍ବଦ୍ଧରେ ଜିଲ୍ଲାପାଳ ଜୟଦେବ ନିର୍ବାଚନ ମଣ୍ଡଳୀର ଧାନ କୁ ତ ୧୪.୦୧.୨୦୨୬ ରିଖ ପରେ କ୍ରୟ କରାଯିବାକୁ ସରକାର ଙ୍କୁ ନିବେଦନ କରିବା ପାଇଁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବେଗୁନିଆ ବିଧାୟକ ଧାନ ମଣ୍ଡିରୁ  ଧାନ ତୁରନ୍ତ ଉଠାଇନେବା ପାଇଁ ମିଲର ମାନଙ୍କୁ କହିଥିଲେ ନଚେତ୍ ଚାଷୀ ଙ୍କ ଧାନ ଖଳାରେ ବାରହା ଓ ହାତୀ କବଳରୁ ଧାନକୁ ସୁରକ୍ଷିତ ରଖିବା ପାଇଁ ଚାଷୀ ମାନଙ୍କ ପକ୍ଷେ କଷ୍ଟସାଧ୍ୟ ହେବ ବୋଲି ଚିନ୍ତା ପ୍ରକଟ କରିଥିଲେ।

ମାନ୍ୟବର ବିଧାୟକ ଖୋର୍ଦ୍ଧା ଚାଷୀ ଙ୍କ ଧାନ କିପରି ସୂଚାରୁ ରୂପେ କ୍ରୟ କରାଯାଇ ସେମାନଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ କିପରି ସେମାନଙ୍କର ଧାର୍ଯ୍ୟ ପ୍ରାପ୍ୟ ଅର୍ଥ ପାଇ ପାରିବେ ତା ଉପରେ ଆଲୋଚନା ଗୁରୁତ୍ୱ ପ୍ରଦାନ କରିଥଲେ।


ପରିଶେଷରେ ଜିଲ୍ଲାପାଳ ମଣ୍ଡି ଗୁଡିକରେ ମଣ୍ଡି ନୋଡାଲ ଅଫିସର୍ ତଥା ମଣ୍ଡି ସୁପର ଭାଇଯର ମାନେ ରହି ସମବାୟ ସମିତି ସ୍ତରୀୟ କମିଟି ସହ ଯୋଗାଯୋଗ କରି ସମସ୍ତ ଚାଷୀ ଙ୍କ ର ଧାନ କୁ କ୍ରୟ କରିବା ପାଇଁ ଯୋଗାଣ ଅଧିକାରୀ ଓ ସମବାୟ ନିବନ୍ଧକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ବୈଠକରେ ସମସ୍ତ ଧାନ କ୍ରୟ କମିଟି ସଦସ୍ୟ ସଦସ୍ୟା, ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *