ପୁଣି ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧ୍ ଉଲ୍ଲଙ୍ଘନ ଅଭିଯୋଗ

ନୂଆପଡ଼ା ଉପନିର୍ବାଚନରେ ସ୍ବଚ୍ଛତା ରକ୍ଷା ପାଇଁ ବିଜେଡିର ଅପିଲ୍

ସରକାରୀ ଯୋଜନା ଆଳରେ ଦଳୀୟ ପ୍ରଚାର

ଭୁବନେଶ୍ବର, (୨୬/୧୦): -ନୂଆପଡ଼ା ଉପନିର୍ବାଚନରେ ସରକାରୀ ସମ୍ପଭିର ଦୂରୁପଯୋଗ ନେଇ ଶାସକ ବିଜେପି ବିରୋଧରେ ପୁଣି ଅଭିଯୋଗ ଆଣିଛି ବିଜୁ ଜନତା ଦଳ। ଆଜି ଓଡିଶାର ମୁଖ୍ୟ ନିର୍ବାଚନ ଅଧୁକାରୀ (ସିଇଓ)ଙ୍କ ନିକଟରେ ବିଜେଡି ନେତୃବୃନ୍ଦ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ବିଜେପି ବିରୋଧରେ ଫେରାଦ୍ ହୋଇ ଆଦର୍ଶ ଆଚରଣ ବିଧ ଉଲ୍ଲଙ୍ଘନ ଭଳି ସଙ୍ଗୀନ ଅଭିଯୋଗ କରିଛି। ବିଜେଡି ପ୍ରତିନିଧୂମଣ୍ଡଳୀ ଅଭିଯୋଗ କରିଛନ୍ତି ଯେ ଚଳିତ ମାସ ୨୫ରେ ନୂଆପଡ଼ାରେ ବିଜେପି ପକ୍ଷରୁ “ ସୁଭଦ୍ରା ଶକ୍ତି ସମାବେଶ” ନାମରେ ଏକ ସଭା ଆୟୋଜନ କରାଯାଇଥିଲା। କିନ୍ତୁ ପ୍ରକାରାନ୍ତରରେ ଏହାକୁ ସରକାରୀ ଯୋଜନାର ହିତାଧୁକାରୀମାନଙ୍କ ସଭା ବୋଲି ଦର୍ଶାଯାଇଥିଲା। ଏହି ସଭାରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଜେପି ପ୍ରାର୍ଥୀ  ଜୟ ଢୋଲକିଆ ଓ ଅନ୍ୟାନ୍ୟ ବିଜେପି ନେତାମାନେ ଉପସ୍ଥିତ ଥିଲେ। ବିଜେଡି ଅଭିଯୋଗ କରିଛି ଯେ, ସରକାରୀ ଯୋଜନାର ନାମ ଓ ହିତାଧୁକାରୀଙ୍କୁ ଦଳୀୟ ପ୍ରଚାର ପାଇଁ ବ୍ୟବହାର କରାଯାଇଛି, ଯାହା ନିର୍ବାଚନ ଆଚରଣବିଧୂର ସ୍ପଷ୍ଟ ଉଲଂଘନ ଓ ସରକାରୀ ଯୋଜନାର ଦୂରୁପଯୋଗ ବୋଲି ବିଜେଡି କହିଛି।

ତେଣୁ ଏହି ଘଟଣା ଉପରେ ତତ୍କାଳ ନିରପେକ୍ଷ ତଦନ୍ତ ଆରମ୍ଭ କରିବା ସହ ନିର୍ବାଚନ ଆଚରଣବିଧ‌ି ଓ ଜନପ୍ରତିନିଧ ଆଇନ ୧୯୫୧ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେଡି ସିଇଓଙ୍କ ନିକଟରେ ଦାବି ଜଣାଇଛି। ସିଇଓଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ବିଜେଡି ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଓ ସାଧୀନତା ରକ୍ଷା ହେବା ନିତ୍ୟାନ୍ତ ଆବଶ୍ୟକ। ସରକାରୀ ଯୋଜନାକୁ ଦଳୀୟ ସାର୍ଥ ପାଇଁ ବ୍ୟବହାର କରିବା ଲୋକତନ୍ତ୍ର ପ୍ରତି ବଡ଼ ବିପଦ । ତେଣୁ ଆମ ଅଭିଯୋଗ ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଜରୁରୀ। ବିଜେଡିର ଏହି ପ୍ରତିନିଧୁ ଦଳରେ ଡ.ଲେନିନ ମହାନ୍ତି, ସୁମିତ୍ରା ଜେନା, ମିହିର ରାୟ, ନାରାୟଣ ଜେନା, ସଂଗ୍ରାମ ମହାପାତ୍ର, ରିତାଞ୍ଜଳି ପ୍ରଧାନ, ସୋଫିଆ ଆଲମ, ଜ୍ୟୋସ୍ନାମୟୀ ପରିଡା, ଅଂଶୁ ତ୍ରିପାଠୀ, ଇଲା ସ୍ୱାଇଁ ଓ ପ୍ରଦୀପ ପଣ୍ଡା ସାମିଲ ଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *