ଖୋର୍ଦ୍ଧା,୨୫ା୧୦):- କଟକ ବିଡାନାସୀ ମିନିଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଆସୋସିଏସନ୍ ଦ୍ୱାରା ଚାଲିଥିବା ୧୬ବର୍ଷ ରୁ କମ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଂଟ ରେ ଆଜି ର ମ୍ୟାଚ୍ ନୟାଗଡ ଏବଂ ସମ୍ବଲପୁର କ୍ରିକେଟ ଟିମ୍ ମଧ୍ୟରେ ହୋଇଥିଲା । ଏଥିରେ ସମ୍ବଲପୁର ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ନିର୍ଦ୍ଧାରିତ ୫୦ଓଭର୍ ରୁ ୩୩ ଓଭର ଖେଳି ସମସ୍ତ ୱିକେଟ ହରାଇ ୧୮୧ ରନ୍ କରିବାରେ ସକ୍ଷମ ହୋଇଥିଲେ । ଜବାବ ରେ ନୟାଗଡ ଟିମ୍ ୩୨ ଓଭର୍ ଖେଳି ସମସ୍ତ ୱିକେଟ ବିନିମୟରେ ମାତ୍ର ୧୦୨ ରନ୍ କରି ପରାସ୍ତ ହୋଇଛି । ତେବେ ନୟାଗଡ ର ଓମକାର ଶୁଭସଙ୍କେତ ଲେଙ୍କା ୧୦ଓଭର ବୋଲିଂ କରି ୫୩ରନ୍ ଦେଇ ୯ଟି ୱିକେଟ ଅକ୍ତିଆର କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଓମକାରଙ୍କ ଏଭଳି ପ୍ରଦର୍ଶନ ଲାଗି ତାଙ୍କୁ କ୍ରିକେଟ ପ୍ରେମୀଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଛା ର ସୁଅ ଛୁଟିଛି । ପ୍ରକାଶ ଥାଉକି, ଓମକାର ମାତ୍ର ୫ବର୍ଷ ବୟସ ରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ଛୋଟବେଳେ ତାଙ୍କର କ୍ରିକେଟ ପ୍ରେମ ଦେଖି ବାପା ମାଆ ତାଙ୍କୁ ଏ କ୍ଷେତ୍ରରେ ଆଗକୁ ଯିବା ଲାଗି ପ୍ରୋସôାହିତ କରିଥିଲେ । ଏବେ ସେ ଭୁବନେଶ୍ୱର ସ୍ଥିତ ରାମେଶ୍ୱର ସ୍ପୋଟିଂ ରେ ବିଶିଷ୍ଟ କ୍ରିକେଟର ଆଲୋକ ମଙ୍ଗରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରିକେଟ କୋଚିଂ ନେଉଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
