ଖୋର୍ଦ୍ଧା ,(୨୪/୧୦)/:- ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଖେଳ ପଡିଆ ଠାରେ ଗୁରୁଜଙ୍ଗ କ୍ରିକେଟ ଆସୋସିଏସନ୍ ଆନୁକୁଲ୍ୟ ରେ ଚାଲିଥିବା ନୀଳକଣ୍ଠ ମେମୋରିଆଲ ଗୁରୁଜଙ୍ଗ କପ୍ ସପ୍ତମ ଦିବସ ମିନି ଆଧାର ଟୁର୍ନାମେଣ୍ଟ ର ପ୍ରଥମ ମ୍ୟାଚ୍ ଅରାଙ୍ଗ ବନାମ କୋଣାର୍କ ନଗର ମଧ୍ୟରେ ଅନୁଷ୍ଠିତ ହେଇଥିଲା ।ପ୍ରଥମେ ଟସ୍ ରେ ବିଜୟ ଲାଭ କରି ଅରାଙ୍ଗ ଦଳ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ୧୦ ଓଭର ୧୦୩ ରନ କରିଥିଲେ।ଜବାବରେ କୋଣାର୍କ ନଗର ଦଳ ୧୦ ଓଭର ରେ ୩ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଏହି ମ୍ୟାଚ କୁ ୭ ୱିକେଟ ରେ ଜିତିନେଇଥିଲେ। ସୁଜିତ ମଙ୍ଗରାଜ ଶ୍ରେଷ୍ଠ ଖେଳାଳି ଭାବେ ଅତିଥି ଅକ୍ଷୟ ଜେନା ଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ସେହିପରି ଦ୍ଵିତୀୟ ମ୍ୟାଚ୍ ରେ ଗୁଡ଼ୁମ ପାଇକତିଗିରିଆ ଦଳ କୁ ଭେଟି ଥିଲା।ଗୁଡ଼ୁମ ଦଳ ପ୍ରଥେମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୩ ୱିକେଟ ହରାଇ ୧୨୯ ରନ୍ କରିଥିଲା। ଜବାବ ରେ ପାଇକତିଗିରିଆ ଦଳ ୧୦ଓଭର ରେ ୧୧୦ କରି ସୀମିତ ରହିଥିଲେ।ଏହି ମ୍ୟାଚ କୁ ଗୁଡ଼ୁମ ଦଳ ୧୯ ରନ ରେ ଜିତି ନେଇଥିଲେ।ଅତିଥି ତ୍ରିନାଥ ପରିଡା ଶ୍ରେଷ୍ଠ ଖେଳାଳି ରତି ରଞ୍ଜନ ଙ୍କୁ ପୁରସ୍କୃତ କରିଥିଲେ।ସେହିପରି ପ୍ରଥମ ସେମି ଫାଇନାଲ ମ୍ୟାଚ ଗୁଡ଼ୁମ ଓ କୋଣାର୍କ ନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଗୁଡ଼ୁମ ଦଳ ବ୍ୟାଟିଂ କରି ମନୋଜ ଙ୍କ ୬୮ ରନ ସହାୟତାରେ ୧୦ ଓଭର ରୁ ୬ ୱିକେଟ ହରାଇ ୧୩୪ ରନ କରିଥିଲା। ଜବାବରେ କୋଣାର୍କ ନଗର ଦଳ ଆୟୁଷ ଦାସ ଙ୍କ ୩୨ ରନ ସହାୟତା ରେ ୧୦ ମାତ୍ର ୧୨୦ ରନ ରେ ସୀମିତ ରହିଥିଲେ। ଏହି ମ୍ୟାଚ କୁ ଗୁଡ଼ୁମ ଦଳ ୧୪ ରନ ରେ ଜିତି ଫାଇନାଲ କୁ ପ୍ରବେଶ କରିଛି।ଶ୍ରେଷ୍ଠ ଖେଳାଳି ଭାବେ ରାକେଶ ଙ୍କୁ ଅତିଥି ଅସିତ ପରିଡା ପୁରସ୍କୃତ କରିଥିଲେ। ସୁର୍ଷାକାନ୍ତ ଗୁମାନ ସିଂ, ରାଜଦୀପ ରାଜପ୍ରସାଦ ରଥ, ଅମିତ ବେହେରା,ପ୍ରକାଶ ପାଇକରାୟ, ପ୍ରକାଶ ସାହୁ, ସାନୁଜ ବିଶ୍ୱାଳ ମ୍ୟାଚ୍ କୁ ପରିଚାଳନା କରିଥିଲେ। ୨୫/୧୦/୨୫ ତାରିଖ ଶୁକ୍ରବାର ମିନି ଆଧାର ର ପ୍ରଥମ ମ୍ୟାଚ ନୂଆଗାଁ ବନାମ କୁରାଢମଲ ଓ ଦ୍ଵିତୀୟ ମ୍ୟାଚ୍ ଗୁରୁଜଙ୍ଗ ବନାମ ଅରିସାଲ ମଧ୍ୟରେ ଅନୁଷ୍ଠିତ ହେବ। ତୃତୀୟ ମ୍ୟାଚ ପ୍ରଥମ ଓ ଦ୍ଵିତୀୟ ମ୍ୟାଚ ର ବିଜେତାଙ୍କ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଜଣାଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now