ଖୋର୍ଦ୍ଧା, (୨୩/୧୦):- ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଖେଳ ପଡିଆ ଠାରେ ଗୁରୁଜଙ୍ଗ କ୍ରିକେଟ ଆସୋସିଏସନ୍ ଆନୁକୁଲ୍ୟ ରେ ଚାଲିଥିବା ନୀଳକଣ୍ଠ ମେମୋରିଆଲ ଗୁରୁଜଙ୍ଗ କପ୍ ର ଷଷ୍ଠ ଦିବସ ରେ ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ ମେଣ୍ଢାଶାଳ ବନାମ ପାତ୍ରପଡା ମଧ୍ୟରେ ଅନୁଷ୍ଠିତ ହେଇଥିଲା ।ପ୍ରଥମେ ଟସ୍ ରେ ବିଜୟ ଲାଭ କରି ପାତ୍ରପଡା ଦଳ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ୧୧୭ ରନ କରିଥିଲେ।ଦଳ ତରଫରୁ ଜାଭେଦ ଏକ୍ୱାବଲ ୬୭ ରନ କରିଥିଲେ।ମେଣ୍ଢାଶାଳ ଦଳର ସ୍ମୃତିରଞ୍ଜନ ଚମ୍ପତି ୬ ଟି ୱିକେଟ ଅକ୍ତିଆର କରିଥିଲେ। ଜବାବରେ ମେଣ୍ଢାଶାଳା ଦଳ ୧୪ ଓଭର ରେ ୬ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଏହି ମ୍ୟାଚ କୁ ୪ ୱିକେଟରେ ଜିତିନେଇଥିଲେ। ସ୍ମୃତି ରଞ୍ଜନ ଚମ୍ପତି ଶ୍ରେଷ୍ଠ ଖେଳାଳି ଭାବେ ଅତିଥି ପ୍ରଫୁଲ୍ଲ କୁମାର ସାହୁ ଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ସେହିପରି ଚତୁର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ୍ ରେ ଗୁରୁଜଙ୍ଗ ଦଳ ପଳାସପୁର ଦଳ କୁ ଭେଟି ଥିଲା।ଟସ୍ ରେ ବିଜୟ ଲାଭ କରି ଗୁରୁଜଙ୍ଗ ଦଳ ପ୍ରଥେମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୭ ୱିକେଟ ହରାଇ ୧୫୧ ରନ୍ କରିଥିଲା।ଦଳ ପକ୍ଷରୁ ସର୍ବାଧିକ ସୂର୍ଯ୍ୟକାନ୍ତ ଗୁମାନସିଂ ୩୮ ରନ୍ ସଂଗ୍ରହ କରିଥିଲେ। ଜବାବ ରେ ପଳାସପୁର ଦଳ ୧୩ ଓଭର ରେ ୧୩୮ ରେ ୮ ୱିକେଟ ହରାଇ ଏବଂ ଦୁଇ ଜଣ ଖେଳାଳି ଆହତ ସମସ୍ୟାରେ ନ ବ୍ୟାଟିଂ କରି ସୀମିତ ରହିଥିଲେ। ଏହି ମ୍ୟାଚକୁ ଗୁରୁଜଙ୍ଗ ଦଳ ୧୩ ରନ ରେ ଜିତି ନେଇଥିଲେ।ଅତିଥି ସୁକାନ୍ତ ପାତ୍ର ଶ୍ରେଷ୍ଠ ଖେଳାଳି ଭବାନୀ ପ୍ରାସାଦ ମହାନ୍ତି ଙ୍କୁ ପୁରସ୍କୃତ କରିଥିଲେ।ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରକାଶ ସାହୁ, ସାନୂଜ ବିଶ୍ଵାଳ,ତୁଷାର କାନ୍ତ ସୁନ୍ଦରାୟ, ପ୍ରଶାନ୍ତ ପଟ୍ଟଯୋଷୀ ମ୍ୟାଚ୍ କୁ ପରିଚାଳନା କରିଥିଲେ। ୨୪/୧୦/୨୫ ତାରିଖ ଶୁକ୍ରବାର ମିନି ଆଧାର ର ପ୍ରଥମ ମ୍ୟାଚ କୋଣାର୍କ ନଗର ବନାମ ଅରାଙ୍ଗ ଓ ଦ୍ଵିତୀୟ ମ୍ୟାଚ୍ ଗୁଡ଼ୁମ ବନାମ ପାଇକତିଗିରିଆ ମଧ୍ୟରେ ଅନୁଷ୍ଠିତ ହେବ। ତୃତୀୟ ମ୍ୟାଚ ପ୍ରଥମ ଓ ଦ୍ଵିତୀୟ ମ୍ୟାଚ ର ବିଜେତାଙ୍କ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଅନିଲ ବରାଳ ଓ ହିମାଂଶୁ ଦାଶ ଜଣାଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now