ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍ ଫେଲ୍ ..ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ
ଭୁବନେଶ୍ୱର,(୨୩/୧୦) : – ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ। ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାହାକୁ ରଖାଯିବ ଏବଂ ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପ୍ରଶ୍ନପତ୍ର ପହଞ୍ଚିବ। ପରୀକ୍ଷାର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି ସହ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ୫୦ ମାର୍କର ପରୀକ୍ଷା ଦେବେ ବିଦ୍ୟାର୍ଥୀ ପାସ୍ କରି ନ ଥିଲେ ସପ୍ଲିମେଣ୍ଟାରି ଦେବେ ।ତଦାରଖ ପାଇଁ ୩ ସ୍ତରୀୟ କମିଟି ଗଠନ ଗାଇଡ ଲାଇନ୍ ଜାରି କଲା ଗଣଶିକ୍ଷା ବିଭାଗ ଧାର୍ଯ୍ୟ ପରୀକ୍ଷା ତାରିଖର ଅତି କମରେ ୭ ଦିନ ପୂର୍ବରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ବିଇଓମାନେ ବ୍ଲକସ୍ତରରେ ଏକ ନିର୍ଦ୍ଦିଷ୍ଟ ଷ୍ଟ୍ରଙ୍ଗ ରୁମରେ ପ୍ରଶ୍ନପତ୍ରଗୁଡ଼ିକର ସୁରକ୍ଷିତ ସଂରକ୍ଷଣ ସୁନିଶ୍ଚିତ କରାଇବେ। ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଗଠିତ ଦଳ ପରୀକ୍ଷାର ତିନି ଦିନ ପୂର୍ବରୁ ପ୍ରଶ୍ନପତ୍ର ସଂଗ୍ରହ କରିବେ ଏବଂ ସେମାନଙ୍କର ସୁରକ୍ଷିତ ସଂରକ୍ଷଣ ସୁନିଶ୍ଚିତ କରାଇବେ। ପ୍ରାଥମିକ ଭାବେ କ୍ଲଷ୍ଟର ସ୍ତରରେ ନୋଡାଲ ହାଇସ୍କୁଲ(ଯେଉଁଠାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପତ୍ର ସଂରକ୍ଷଣ କରାଯାଏ)ରେ ରଖିବେ। ସିଆରସିସିମାନେ ଏହି ଦଳର ନେତୃତ୍ୱ ନେବେ। ପରୀକ୍ଷା ଦିନ ସକାଳେ ବିଇଓଙ୍କ ଦ୍ୱାରା ଗଠିତ ଦଳ ଦ୍ୱାରା କଡ଼ା ସୁରକ୍ଷା ଓ ଗୋପନୀୟ ଭାବେ ସମସ୍ତ ସ୍କୁଲକୁ ପ୍ରଶ୍ନପତ୍ର ନେବେ।

ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ ୫୦ ମାର୍କରୁ ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା ରହିବ। ୮ମ ଶ୍ରେଣୀ ପାଇଁ କେବଳ ୫୦ ମାର୍କର ଲିଖିତ ପରୀକ୍ଷା କରାଯିବ। ପ୍ରଶ୍ନପତ୍ରରେ ସମିଟିଭ୍ ଆସେସ୍ମେଣ୍ଟ-୧ ପୂର୍ବରୁ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୩୦% ପ୍ରଶ୍ନ ଓ ପରେ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୭୦% ପ୍ରଶ୍ନ ରହିବ। ୩୦% ସହଜ, ୪୦% ହାରାହାରି ଓ ୩୦% କଷ୍ଟକର ପ୍ରଶ୍ନ ରହିବ। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ୬୦% ଅର୍ଥାତ୍ ୩୦ ମାର୍କର ଓ ଦୀର୍ଘ ଉତ୍ତରମୂଳକ ୪୦% ଅର୍ଥାତ୍ ୨୦ ମାର୍କର ରହିବ। ସ୍କୁଲ ସ୍ତରରେ ବିଷୟଭିତ୍ତିକ ଶିକ୍ଷକଙ୍କ ଦ୍ବାରା ଉତ୍ତରଖାତାଗୁଡ଼ିକର ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରୋଗ୍ରେସ୍ ରିପୋର୍ଟ ଦିଆଯିବ। ଫେବ୍ରୁଆରିରେ ପରୀକ୍ଷା କରାଯିବା ସହ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବା ଦିଗରେ ପଦକ୍ଷେପ ନେବେ। ୩୦% ମାର୍କ ରଖିଲେ ପିଲା ପାସ୍ କରିବେ। ଯେଉଁମାନେ କୃତକାର୍ଯ୍ୟ ହେବେ ନାହିଁ, ସେମାନଙ୍କ ପାଇଁ ସପ୍ଲିମେଣ୍ଟାରି ପରୀକ୍ଷା କରାଯିବ। ତା’ପୂର୍ବରୁ ଅକୃତକାର୍ଯ୍ୟ ହୋଇଥିବା ପିଲାଙ୍କ ପାଇଁ ବିଦ୍ୟାଳୟ ପକ୍ଷରୁ ରେମେଡିଆଲ୍ ଟିଚିଂ ବ୍ୟବସ୍ଥା ହେବ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now