ଖୋର୍ଦ୍ଧା,(୨୩।୧୦):- ବୋଲଗଡ଼ ବ୍ଲକ ସଦର ମୁଖ୍ୟାଳୟ ସମେତ ବ୍ଲକ ଅଂଚଳର ମଠ ଓ ମନ୍ଦିର ମାନଙ୍କରେ ଗିରି ଗୋବର୍ଦ୍ଧନ ଉତ୍ସଵ ମହା ଆଡମ୍ବର ସହକାରେ ତଥା ଆନନ୍ଦ ଉଲ୍ଲାସର ସହିତ ବୁଧବାର ଦିନ ପାଳିତ ହୋଇଯାଇଅଛି।

ଏହି ଅବସରରେ ବୋଲଗଡ଼ ତଥା ବ୍ଲକ ଅଂଚଳର ପରମ ଇଷ୍ଠଦେଵ ଶ୍ରୀ ଶ୍ରୀ ବ୍ରଜମୋହନଦେବଙ୍କ ପୀଠ ପରିସରରେ ପାରମ୍ପରିକ ରୀତି ନୀତି ବିଧି ଅନୁସାରେ ଗିରିଗୋବର୍ଦ୍ଧନ ଉତ୍ସଵ ପାଳନ କରାଯାଇଅଛି। ପୌରାଣିକ ବିଷୟ କଥାବସ୍ତୁକୁ ଆଧାର କରି ଇନ୍ଦ୍ରଦେବ ଅତୀବ କୋପ କରି ମୁଷଳ ଧାରାରେ ବର୍ଷାର ତାଣ୍ଡବ ରଚାଇ ଗୋପପୁର ବାସୀଙ୍କୁ ସାତଦିନ ଅକଥନୀୟ ଦୁର୍ଦଶା ଦେଇଥିଲେ। ତେବେ ଭଗବାନ ଶ୍ରୀକୃଷ୍ଣ କନିଷ୍ଠ ଅଙ୍ଗୁଷ୍ଠିରେ ଗିରି ଗୋବର୍ଦ୍ଧନ ପର୍ବତକୁ ଛତ୍ର ଆକାରରେ ଧାରଣ କରି ବର୍ଷାର ତାଣ୍ଡବ ଲୀଳାରୁ ଗୋପପୁର ବାସୀ ଓ ଜୀବ ଜଗତକୁ ସୁରକ୍ଷା ଦେଇଥିଲେ।ଇନ୍ଦ୍ରଦେବଙ୍କ ଅହଂକାର ପତନ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଛତ୍ର ଛାୟା ତଳେ ଗୋପପୁର ବାସୀଙ୍କୁ ସୁରକ୍ଷା ଦେଇଥିଲେ । ସେଥିଲାଗି ଆନନ୍ଦ ଉଲ୍ଲାସର ସହିତ ସେଠାରେ ଗିରି ଗୋବର୍ଦ୍ଧନ ଉତ୍ସଵ ପାଳନ କରାଯାଇ ଥିଲା।

ତେବେ ଏହି ପାରମ୍ପରିକ ଗିରି ଗୋବର୍ଦ୍ଧନ ଉତ୍ସବକୁ ମଠ,ମନ୍ଦିର ଆଦି ମାନଙ୍କରେ ‘ଗୋବର୍ଦ୍ଧନ ଉତ୍ସଵ’ ଭାବେ ପାଳନ କରାଯାଉଅଛି। ଏହି ପରିପ୍ରେକ୍ଷୀରେ ଇଷ୍ଠଦେଵ ଶ୍ରୀ ଶ୍ରୀ ବ୍ରଜମୋହନଦେଵଙ୍କ ମଠ ସମେତ କୁଞ୍ଜବିହାରୀ ଦେବଙ୍କ ମନ୍ଦିର ଆଦିରେ ଏହି ଗିରି ଗୋବର୍ଦ୍ଧନ ଉତ୍ସଵ ପାଳନ କରାଯାଇଅଛି। ଉତ୍ସବର ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଙ୍କ ସମେତ ଗାଁ ତଥା ଅଂଚଳର ସାଧାରଣ ଓ ପ୍ରମୁଖ ବ୍ୟକ୍ତି ମାନେ ଉତ୍ସବରେ ଯୋଗଦେଇ ଅନ୍ନପ୍ରସାଦ ସେବନ ସହିତ ପ୍ରଭୁକୃପା ଲାଭ କରିଥିଲେ।ସେହିପରି ଦେଉଳି, ସଂପୁର, ଡାବରଧୁଆପାଟଣା, ଓ ସାନପଦର ପ୍ରଭୃତି ମଠ,ମନ୍ଦିର ପୀଠ ମାନଙ୍କରେ ଗିରି ଗୋବର୍ଦ୍ଧନ ଉତ୍ସଵ ସହ କିଛି ପ୍ରମୁଖ ବ୍ୟକ୍ତିଙ୍କ ଘରୋଇ ଠାକୁର ଦେବଙ୍କ ନିକଟରେ ପାଳନ କରାଯାଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now