ମିଥ୍ୟା ବିରୁଦ୍ଧରେ ସତ୍ୟର ସ୍ୱରକୁ ସାମାଜିକ ଗଣମାଧ୍ୟମ ଜରିଆରେ ଶାଣିତ କରିବ ବିଜେଡି

ବୌଦ୍ଧ,(୨୩/୧୦):-  କଣ୍ଟାମାଲ ସ୍ଥିତ ଫଲସାଗୋରା  କଲ୍ୟାଣମଣ୍ଡପ ଠାରେ ବିଜୁ ଜନତା ଦଳ, କଣ୍ଟାମାଳ ପକ୍ଷରୁ  ସାମାଜିକ ଗଣ ମାଧ୍ୟମ ରେ କାର୍ଯ୍ୟକରୁଥିବା କର୍ମକର୍ତ୍ତା ମାନଙ୍କ ସମ୍ମିଳନୀ ବ୍ଲକ ସଭାପତି ପ୍ରେମରାଜ ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l


ଏହି ବୈଠକ ରେ ପୂର୍ବତନ ମନ୍ତ୍ରୀ  ତଥା ବୌଦ୍ଧ ବିଜୁ ଜନତାଦଳ ସଭାପତି  ପ୍ରଦୀପ କୁମାର ଅମାତ, କଣ୍ଟାମାଲ ପୂର୍ବତନ ବିଧାୟକ ମହୀଧର ରଣା ଓ ସାମାଜିକ ଗଣମାଧ୍ୟମ ଜିଲ୍ଲା ସଂଯୋଜକ ଅବକାଶ ସାହୁ, ଯୁବନେତା ଭାଗିରଥୀ ମଲ୍ଲିକ, ଆଇନଜୀବି ରାଧାବଲ୍ଲଭ ପ୍ରଧାନ, ସରପଞ୍ଚ ସଙ୍ଘସଭାପତି ଶାର୍ଦୁଳ ନାଗ, ଫିରିଙ୍ଗିଆ ବ୍ଲକ ଉପାଧକ୍ଷ ଅଜିତ କୁମାର ସାହୁ, ଛାତ୍ରନେତା ଉଦିତ ପ୍ରତାପ ଭୋଇ ମମତା ରଣା ଅଜିତ ଖେତୀ ପ୍ରମୁଖ ବକ୍ତବ୍ୟ ରଖି  ନବୀନ ବାବୁ ଙ୍କ କାମରେ ବିଜେପି କେବଳ  ରଙ୍ଗ ମାରୁଛି ଏବଂ ମିଥ୍ୟାର ପ୍ରଚାର କରୁଛି l ଶାନ୍ତି ପ୍ରିୟ ଓଡ଼ିଶାରେ ଅଶାନ୍ତିର ବୀଜ ବପନ କରୁଛି ।

Advertisement



ଲୋକଙ୍କ ସମସ୍ୟା ତଥା ସରକାରଙ୍କ ଦୋଷ ଦୁର୍ବଳତା କୁ ବିଜୁ ଜନତା ଦଳ ସାମାଜିକ ଗଣମାଧ୍ୟମ ଜରିଆରେ ଉନ୍ମୋଚନ କରିବା ସହ ମିଛକୁ ସାମ୍ନା କରିବ ଓ ବିଜୁ ଜନତା ଦଳ କିପରି ଆଗକୁ ତାର ପ୍ରଚାର ପ୍ରସାର ସହ ଦଳକୁ ସୁଦୃଢ କରିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା l



ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ଦନ୍ତା, ଘଣଶ୍ୟାମ ଦନ୍ତା ଶତ୍ରୁଘନ ଶତପଥି ଶୈଳେନ୍ଦ୍ର ବାରିକ ଶାନ୍ତନୁ ମିଶ୍ର ଚୈତନ୍ୟ ରଣା, ଆଦିବାସୀ ନେତା ପିତାମ୍ବର ଭୋଇ ଲୋଚନ ରଣା ସାଧୁ କଲତାକୁନ୍ଦନ ଦନ୍ତା ବିରୁପାକ୍ଷ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଦୁଇଶହ ରୁ ଉର୍ଦ୍ଧ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେଇଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *