ଖୋର୍ଦ୍ଧା ,(୨୧/୧୦):ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଖେଳ ପଡିଆ ଠାରେ ଅନୁଷ୍ଠିତ ପ୍ରଥମ ନୀଳକଣ୍ଠ ମେମୋରିଆଲ ଗୁରୁଜଙ୍ଗ କ୍ରିକେଟ ଟୁର୍ନାମେଣ୍ଟ ଗୁରୁଜଙ୍ଗ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଚତୁର୍ଥ ଦିବସ ଖେଳର ପ୍ରଥମ ମ୍ୟାଚ ଭାଲିଆବାଡ଼ି ଏବଂ ସୁଆଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଟସ ରେ ଜିତି ଭାଲିଆବାଡ଼ି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୬ ୱିକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ବିକାଶ ପ୍ରଧାନ ୪୪ ରନ ସଂଗ୍ରହ କରିଥିଲେ।ସମୀର ରାଉତରାୟ ଦଳର ସୁଭାଶିଷ ଦାସ ୨ ଟି ୱିକେଟ ଅକ୍ତିଆର କରିଥିଲେ। ଜବାବରେ ସୁଆଙ୍ଗ ଦଳ ୧୩ ଓଭର ରୁ ୫ ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲେ। ଦଳର ସମୀର ରାଉତରାୟ ୭୦ ରନ କରିଥିଲେ।ଏହି ମ୍ୟାଚ କୁ ସୁଆଙ୍ଗ ଦଳ ୫ୱିକେଟ ରେ ଜିତି ନେଇଥିଲା।ଏହି ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ସମୀର ରାଉତରାୟ ଙ୍କୁ ଅଲ ରାଉଣ୍ଡର ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା। ଅସିତ ପରିଡା,ସୁଜିତ ପରିଡା, ପ୍ରଶାନ୍ତ ବେହେରା ଓ ପ୍ରକାଶ ସାହୁ ଖେଳକୁ ପରିଚାଳନା କରିଥିବାବେଳେ ସଂଜୀବ ବରାଳ ଓ ମନୋଜ ମିଶ୍ର ଖେଳକୁ ସଂଯୋଜନା କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
