ଖୋର୍ଦ୍ଧା,(୧୭/୧୦):- ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ୧୭ ବର୍ଷରୁ କମ ବିଭାଗ ଓ ୧୪ ବର୍ଷରୁ କମ ବିଭାଗ ପ୍ରତିଯୋଗିତା ରେ ଭାଗନେବା ପାଇଁ ଖୋର୍ଦ୍ଧା ଶିଆଳିଆ ପାଟଣାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ( ଓଏଭି) ର ୪ ଜଣ ଛାତ୍ର ମନୋନୀତ ହୋଇଛନ୍ତି।

ସେମାନେ ହେଲେ ୧୭ ବର୍ଷ ରୁ କମ ବିଭାଗରେ ଅଂଶୁମାନ ମହାପାତ୍ର, ହିତେଶ୍ୱର ଦେହୁରୀ, ହିମାଂଶୁ ଦେହୁରୀ ଓ ୧୪ ବର୍ଷରୁ କମ ବିଭାଗରେ ସୋୟମ୍ ପ୍ରକାଶ ସାହୁ।ଏହି ୪ ଜଣ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି।
ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ଚକ୍ର, କ୍ରୀଡ଼ା ଶିକ୍ଷକ ରଞ୍ଜନ କୁମାର ପାତ୍ର ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ୪ ଜଣ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now