ଭୈରବୀ କ୍ଲବ ପ୍ରତିଷ୍ଠାତା ବୈକୁଣ୍ଠ ମାର୍ଥା ଙ୍କ ପରଲୋକ

ଖୋର୍ଦ୍ଧା, (୧୫/୧୦):- ଖୋର୍ଦ୍ଧା ଅଞ୍ଚଳର ଜଣେ ଜଣାଶୁଣା  ସ୍ବେଚ୍ଛାସେବୀ ରାଜ୍ୟ ସଚିବାଳୟର ଅବସରପ୍ରାପ୍ତ କର୍ମଚାରୀ,ଭୈରବି କ୍ଲବର ପ୍ରତିଷ୍ଠାତା ତଥା ନରଣଗଡ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟ, ବୈକୁଣ୍ଠ ମାର୍ଥାଙ୍କ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ବୁଧବାର ସକାଳ ୫ଟାରେ ପରଲୋକ ଘଟିଛି।



ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ମାର୍ଥାଙ୍କ ମର ଶରୀରକୁ ପ୍ରଥମେ ଖୋର୍ଦ୍ଧା ସହରସ୍ଥିତ ସମନ୍ତରାପୁରରେ ଥିବା ତାଙ୍କର ଏକ ସ୍ବେଚ୍ଛାସେବୀ ସଂସ୍ଥାକୁ ଅଣାଯାଇଥିଲା ସେଠାରେ ଅନ୍ତେବାସୀ ମାନେ ଶେଷ ଦର୍ଶନ ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।ପରେ ତାଙ୍କ ମର ଶରୀରକୁ ତାଙ୍କ ନିଜଗ୍ରାମ ନରଣଗଡ ପଞ୍ଚାୟତ କୁରୁମ ପଡାକୁ ନିଆଯାଇଥିଲା । ମରଶରୀର ପହଞ୍ଚିବା ମାତ୍ରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ହଜାର ହଜାର ମହିଳା ,ସହକର୍ମୀ ,ଏବଂ ତାଙ୍କର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମଚାରୀ ,ଅନ୍ତେବାସୀ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।



ମୃତ୍ୟୁ ଖବର ପାଇ ତାଙ୍କ ବାସଭବନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ,ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ,ଟାଙ୍ଗି ବ୍ଲକ ଅଧକ୍ଷା ରୀସନା ମାନଧାତା, ବିଜେଡି ବ୍ଲକ ସଭାପତି ଅନିଲ ଗୁମାନସିଂହ ,ଅଟଳ ସାମନ୍ତ, ସାମ୍ବାଦିକ ଲଳିତ ମୋହନ ମାହାପତ୍ର, ଅରବିନ୍ଦ ସାମନ୍ତ,ସାଂସଦ ପ୍ରତିନିଧି, ଦିପୁ ହୋତା, ନିକୁଞ୍ଜ ପଟ୍ଟନାୟକ, ସରପଞ୍ଚ ରିତାର।ଣୀ ବେହେରା, ଭୈରବି କ୍ଲବ ସଭାପତି ଲଡୁକିଶୋର ରଣସିଙ୍ଗ,କାର୍ତ୍ତିକ ପ୍ରଧାନ, ନିତ୍ୟାନନ୍ଦ ବଡ଼ଜେନା, ପୂର୍ବତନ ଜିଲାପରିସଦ ସଦସ୍ୟ ଚନ୍ଦ୍ରଭାନୁ ନରେନ୍ଦ୍ରସିଂ,ଅବକାଶ ମହାନ୍ତି, ଯୁଧିଷ୍ଠିର ହରିଚନ୍ଦନ,କେଶବ ବିଶ୍ୱାଳ ପ୍ରମୁଖ ଶେଷ ଦର୍ଶନ ସମେତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଜେନ୍ଦ୍ର ସାହୁଙ୍କ ନେତୃତ୍ବରେ ସ୍ୱର୍ଗତ ମାର୍ଥାଙ୍କ ମର ଶରୀରକୁ ଏକ ସୁସଜିତ ଗାଡ଼ିରେ ପଞ୍ଚାୟତ ପରିକ୍ରମା କରାଯାଇ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ବଡ଼ପୁଅ ଜିତେନ୍ଦ୍ର ମହାରଥୀ ମୂଖାଗ୍ନି ଦେଇଥିଲେ।



ସୂଚନା ଯୋଗ୍ୟ ସ୍ବର୍ଗତ ମାର୍ଥା ଜଣେ ମିଷ୍ଟଭାସି, ପରୋପକାରୀ ବ୍ୟକ୍ତି ଭାବେ ସାରା ଖୋର୍ଦ୍ଧାରେ ପରିଚିତ। ସଚିବାଳୟ ଚାକିରିରୁ ଅବସର ପରେ ଭୈରବି କ୍ଲବ ଦ୍ୱାରା ପରିଚାଳିତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢି ବହୁ ଯୁବକ ଯୁବତୀଙ୍କ ଥଇଥାନ କରିବା ସହିତ ସ୍ୱାବଲମ୍ବୀ କରିପାରିଥିଲେ। ଏଥିସହିତ ସେ ଏବଂ ତାଙ୍କ ଧର୍ମପତ୍ନୀ ଶାନ୍ତିଲତା ମାର୍ଥା ନରଣଗଡ ପଂଚାୟତରେ ସରପଞ୍ଚ, ସମିତି ସଭ୍ୟ ଭାବେ ବାରମ୍ବାର ନିର୍ବାଚିତ ହୋଇଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *