ଖୋର୍ଦ୍ଧା,(୨୦/୦୯):- ବେଗୁନିଆ ବ୍ଲକ ଅନ୍ତର୍ଗତ ମା କାଳିକା ପାଇକ ଆଖଡ଼ା ସଂଘ ତରଫରୁ କଣ୍ଟାମଳିମ୍ ଗଡର ଗ୍ରାମଦେବୀଙ୍କ ପୀଠରେ ବୀର ସହିଦମାନଙ୍କ ସ୍ମୃତିରେ ମଶାଲ ଶୋଭାଯାତ୍ରା ସହିତ ଏକ ସ୍ମୃତି ସଭାର ଅନୁଷ୍ଠିତ ହୋଇଯାଇଅଛି ।

ଖଣ୍ଡାୟତ କଳ୍କୀ ସେନା ର ସଭାପତି ଯୋଗୀନାଥ ବଳିଆରସିଂହ ଙ୍କ ସଭାପତିତ୍ୱ ଓ ଶିକ୍ଷକ ଜମ୍ବେଶ୍ୱର ମଙ୍ଗରାଜ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ସହିଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ତଥା ଅନୁଷ୍ଠାନ ର ଯୁଗ୍ମ ସମ୍ପାଦକ ସତ୍ୟବାନ ଶ୍ରୀଚନ୍ଦନ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ସହ-ସମ୍ପାଦକ ଶ୍ରୀନିବାସ ରଣସିଂହ , ଉପଦେଷ୍ଟ।,ନବକିଶୋର ବିଧାର , ସର୍ବେଶ୍ୱର ମାର୍ଥା, ସମାଜସେବୀ ଅଜୟ କୁମାର ମାର୍ଥା, ନାଏବ ସରପଞ୍ଚ ଉଷାରାଣୀ ମାର୍ଥା, ନୃସିଂହ ଛୋଟରାୟ ଓ ଶିକ୍ଷକ ବିଶ୍ୱନାଥ ସ୍ୱାଇଁ ଉପସ୍ଥିତ ହୋଇଥିଲେ । ଶେଷରେ କବି ତଥା ସମାଜସେବୀ ଜଗଦୀଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now