ଖୋର୍ଦ୍ଧା, (୨୦/୯):- ଖୋର୍ଦ୍ଧା ଅବକାରୀ ମୋବାଇଲ ଟିମ ଦ୍ଵାରା ଦୁଇଟି ସ୍ଥାନ ରୁ ଦୁଇ ଅଭିଯୁକ୍ତ ଙ୍କ ସହ ୪୦ କେଜି ଗଞ୍ଜେଇ ସହ ଗୋଟିଏ ମାରୁତି ଡିଜ।ୟର ଓ ମୋବାଇଲ ଫୋନ ଜବତ କରି ପୃଥକ୍ ପୃଥକ୍ ଭାବେ ଦୁଇଟି
ଏନ୍ ଡି ପି ଏସ କେସ ରୁଜୁ କରି କୋର୍ଟ ଚାଲାଣ କରିଛି ଖୋରଧା ଅବକାରୀ ମୋବାଇଲ ଟିମ ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷିକା ସୁମତୀ ତ୍ରିପାଠୀ ।

ସୂଚନା ଅନୁଯାୟୀ ଖୋରଧା ଆଦର୍ଶ ଥାନା ଅନ୍ତର୍ଗତ ପୁବୁସାହି ଛକ ଠାରେ ପୂର୍ବ ସୂଚନା ଅନୁସାରେ ଅଟକାଇ ସୁଶାନ୍ତ ବେହେରା (୩୮) ଙ୍କ ଠାରୁ ଦୁଇଟି ବ୍ୟାଗ ରୁ ୩୫ କେଜି ଗଞ୍ଜେଇ ସହ କାର ଓ ଏକ ମୋବାଇଲ ଫୋନ ଜବତ ହୋଇଛି । ଏହି ଗଞ୍ଜେଇ ଫୁଲବାଣୀ ରୁ ଭୁବନେଶ୍ଵର ଚାଲାଣ ହେଉଥିଲା ।

ପରେ ପରେ ତରତୁଆ ମହାକାଳେଶ୍ବର ପେଟ୍ରୋଲ ପମ୍ପ ଠାରେ ସନ୍ଦେହ କରି ଜଣକୁ କାବୁ କରିଥିଲା ଟିମ୍ । ସେ ହେଉଛି କନ୍ଧମାଳ ଅଞ୍ଚଳର ସହିଦ ମଙ୍ଗଳ ନାୟକ (୨୪) ଠାରୁ ୫କେଜି ଗଞ୍ଜେଇ ଜବତ କରିଛି ମୋବାଇଲ ଟିମ୍ ଓ ଏହା ବାଲିଗୁଡା ରୁ ବାଙ୍ଗାଲୋର ଚାଲାଣ ହେଉଥିବା ସୂଚନା ।

ଉଭୟ ଅଭିଯୁକ୍ତ ଙ୍କୁ ମୋବାଇଲ ଟିମ୍ କାବୁ କରି ଦୁଇଟି ଏନ୍ ଡି ପି ଏସ କେସ ରୁଜୁ କରି କୋର୍ଟ ଚାଲାଣ କରିଛି ଖୋରଧା ଅବକାରୀ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଏସ ପି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
