ଖୋର୍ଦ୍ଧା :- ରାଜ୍ୟ ରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଡିଜିପି ଙ୍କ ଉଦ୍ଦେଶ୍ୟ ରେ ଖୋର୍ଦ୍ଧା ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କଲା ଖୋରଧା ବିଜୁ ମହିଳା ଦଳ । ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ସାମିଲ ହୋଇ ମହିଳା କନେଷ୍ଟବଳ ହତ୍ୟା ଘଟଣା ଓ ପୁରୀ ବାଲିହରଚଣ୍ଡି ରେ ଗଣଦୁଷ୍କର୍ମ ଘଟଣାକୁ ନେଇ ଏବେ ରାଜ୍ୟରେ ମହିଳା ଅସୁରକ୍ଷିତ ଥିବାର କହିଛନ୍ତି ।

ଏହି ଅବସରରେ ଖୋର୍ଦ୍ଧା ମ୍ୟୁନିସିପାଲଟି ର ମହିଳା କାଉନସିଲର ଓ ମା ମାନଙ୍କ ସହ,ଖୋର୍ଦ୍ଧା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ,ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ସାମିଲ ହୋଇ ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now