ଖୋରଧା,(୧୦/୯):- ଖୋରଧା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ବୋଲଗଡ଼ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଜରିଆରେ ସମୁଦାୟ ୨୨୫ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପାଇଁ ଏକ ତିନି ଦିନିଆ ତାଲିମ ଶିବିର ବୁଧବାର ଉଦ୍ଘାଟିତ ହୋଇଯାଇଛି।

ବ୍ଲକ ମିଶନ ଶକ୍ତି ସଭଗୃହରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ପୋଷଣ ଭି ପଢ଼ାଇ ଭି କାର୍ଯ୍ୟକ୍ରମକୁ ବିଡ଼ିଓ ସୁମନସୁଧା କୁଣ୍ଡୁ ଉଦ୍ଘାଟନ କରିଥିଲେ।ଏଥିରେ ପ୍ରଥମ ଦିନରେ ବୋଲଗଡ଼,ମାଣିକାଗୋଡ଼ା, ଖଙ୍ଗୁରିଆ,ଭୀମପଡ଼ା ବଡକୁମାରୀ ଆଦି ଅଞ୍ଚଳକୁ ନେଇ ଗଠିତ ସେକ୍ଟରରୁ ୧୧୩ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ମାନେ ତାଲିମ ଗ୍ରହଣ କରିଥିଲେ।

ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୁଷମା ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅଙ୍ଗନୱାଡ଼ି ସୁପରଭାଇଜର ବିନୋଦିନୀ ପ୍ରଧାନ,ଶର୍ମିଷ୍ଠା ବାରିକ,ଲିଲି ଗ୍ରେସ ଲାକ୍ରା,ନମିତା ମଙ୍ଗରାଜ ,ପ୍ରଭାତୀ ପରିଡ଼ା ଓ ପୋଷଣ ବ୍ଲକ ସଂଯୋଜକ ପ୍ରମୁଖ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୋଷଣ ମୁକ୍ତ ଭାରତ ଗଠନ ସହ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ଓ ଉଚ୍ଚ ମାନ ର ଗୁଣାତ୍ମକ ଶିକ୍ଷା ପ୍ରଦାନ ଆଦି ସନ୍ଦର୍ଭରେ ୬ବର୍ଷ ରୁ କମ ବୟସର ଶିଶୁଙ୍କୁ ପୁଷ୍ଟି ସହିତ ପାଠପଢ଼ା କୁ ଗୁରୁତ୍ଵ ନେଇ କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଉଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
