ବେଗୁନିଆ ବୋଲଗଡ ଠିକାଦାର ସଂଘ ବୈଠକ
୧୪.୯୯ % କମ୍‌ରେ କାମକୁ ବିରୋଧ

ଖୋର୍ଦ୍ଧା , (୧୪/୦୯):-  ଖୋରଧା ଜିଲ୍ଲା ବେଗୁନିଆ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବେଗୁନିଆ ବୋଲଗଡ ଠିକାଦାର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ସର୍ବ ପ୍ରଥମେ ଜିଲ୍ଲା ତରଫରୁ ଏହି ବୈଠକରେ ଠିକାଦାରମାନେ  ଜିଲ୍ଲାରେ ଠିକାଦାର ଙ୍କ ଦୂରାବସ୍ଥା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି କାମରେ  ୧୪.୯୯ ପ୍ରତିଶତ କମ୍‌ରେ କାମକୁ ସମସ୍ତେ ବିରୋଧ କରିଥିଲେ ।

ସର୍ବସମ୍ମତି କ୍ରମେ ନିଷ୍ପଭି ହେଲା, ୧୪.୯୯ ପ୍ରତିଶତ କମରେ କେହି କାମ କରିବେନି। ଯଦି ବା କାମ କରନ୍ତି ତା’ହେଲେ ତାହାର ତୀବ୍ର ବିରୋଧ କରାଯିବ। ଦରକାର ପଡିଲେ ସଂଘ ତରଫରୁ  ଭିଜିଲାନ୍ସ ବିଭାଗକୁ ଅଭିଯୋଗ  କରଯିବ। ପୁନଶ୍ଚ ଆଗକୁ ବିଭିନ୍ନ ନିର୍ମାଣ  କାର୍ଯ୍ୟରେ ଯେଉଁ ଟେଣ୍ଡର ପକାଇବେ ସେଥିରେ କାହାରି ଯେମିତି ୧୪.୯୯ ପ୍ରତିଶତ କମ୍‌ରେ ଟେଣ୍ଡର ନ ପଡ଼େ ।

ସବୁ ଠିକାଦାର ବନ୍ଧୁ ମାନଙ୍କୁ ନିବେଦନ କରିଛନ୍ତି

ସେହିଭଳି ବିଭିନ୍ନ ବିଭାଗର ଯେଉଁସବୁ କାର୍ଯ୍ୟର ଟେଣ୍ଡର ପଡିବ ସେଥିରେ ମଧ୍ୟ ଠିକାଦାର ୧୪.୯୯ ପ୍ରତିଶତ କମ୍‌ରେ ଟେଣ୍ଡର  ନ ପକାଇବାକୁ ନିଷ୍ପରି ହୋଇଥିଲା । ବିଶେଷକରି କୌଣସି ବିଭାଗରେ ଟେଣ୍ଡର ବି ସ୍ପେଶାଲ ଶ୍ରେଣୀଭୂକ୍ତ-ଏ,ବି,ସି,ଡି ର ଠିକାଦାର ମାନେ ସିଡ୍ୟୁଲ ରେଟ୍‌ରେ ଟେଣ୍ଡର ପକାଇବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପଭି ହୋଇଥିଲା । ଏହାପରେ ମାସକୁ ଥରେ ବୈଠକ କରିବା ଓ ଏହି ବୈଠକରେ କାମର ପୁଙ୍ଖାନୁପୁଙ୍ଖ କରାଯାଇ ପ୍ରସ୍ତାବ ଗୃହୀତ କରାଗଲା।

ବୈଠକରେ ବରିଷ୍ଠ ଠିକାଦାର ଅମୀୟ କୁମାର ପଣ୍ଡା  ଅଧ୍ୟକ୍ଷତା କରିଥିବା ବେଳେ କମିଟି ସଦସ୍ୟ ଭାବେ ଅକ୍ଷୟ ପ୍ରଧାନ,ଅଜୟ ପ୍ରଧାନ, ରମେଶ କୁମାର  ସାହୁ , ଜିଆଉଲ ରହେମ।ନ୍ ଖାଁ,ଅଶୋକ କୁମାର ସେନାପତି ,ଦିବାକର ପଣ୍ଡା , ବୋଲଗଡ ର ବାନାମ୍ବର୍ ଧଳ,   ବିଶ୍ବରଂଜନ ବିଶ୍ଵାଳ,ଇଶାକ ଖାଁ, ପ୍ରଶାନ୍ତ ମିଶ୍ର, ଅବିଦ୍ ଖାଁ, ଉମେଶ କୁମାର ମହାନ୍ତି, ତାରେଶ୍ୱର ଲେଙ୍କା ପ୍ରମୁଖ ଙ୍କୁ ପୃଥକ୍ ପୃଥକ୍ ଭାବେ ବୈଠକ କରାଯାଇ  ମନୋନୀତ କରାଯାଇଥିଲା । ଆଜିର ବୈଠକ ରେ କମିଟି ସଭ୍ୟ ମାନଙ୍କ ବ୍ୟତୀତ ବହୁ ବରିଷ୍ଠ ଠିକାଦାର ଙ୍କ ସହ ୫୦ ରୁ ଉର୍ଦ୍ଧ ଠିକାଦାର ଯୋଗଦେଇ ସଂଗଠନ କୁ ସୁଦୃଢ କରିବା ପାଇଁ ପ୍ରତିଜ୍ଞ। କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *