ଖୋର୍ଦ୍ଧା ,( ୧୩/୦୯)ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମିଶନ ଶକ୍ତି ର ର ଶାସନ ସଚିବ ଶାଲିନ ପଣ୍ଡିତ ଦିନିକିଆ ଖୋରଧା ଗସ୍ତ ରେ ଆସି ବିଭିନ୍ନ ଯୋଜନା ର ସମୀକ୍ଷା କରିଛନ୍ତି । ଉନ୍ନତ ମାନର ଶିକ୍ଷା, ଡ୍ରପ ଆଉଟ୍ ସଂଖ୍ୟା ହ୍ରାସ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଗ୍ରାମାଞ୍ଚଳ ର ମହିଳାଙ୍କୁ ସାମାଜିକ ସ୍ରୋତ ରେ ସାମିଲ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ।

ଆଜି ବେଗୁନିଆ ବ୍ଲକ୍ ବାଘମାରି ପଞ୍ଚାୟତ ର ବାମଡିହ ସ୍ଥିତ ଏକ କୁକୁଡ଼ା ଫାର୍ମ ପରିଦର୍ଶନ ପରେ ସେଠାରୁ କୁସୂପଲ୍ଲା ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ର ସମୀକ୍ଷା କରିଥିଲେ। ସ୍ଵଚ୍ଛତା, ଉନ୍ନତ ମନ ର ଖାଦ୍ୟ, ବିଭିନ୍ନ ସମୟରେ ଜାରି କରାଯାଉଥିବା ଯୋଜନା ର କାର୍ଯ୍ୟକାରିତା ରେ କର୍ମୀଙ୍କ ର ପ୍ରମୁଖ ଭୂମିକା ରହିଛି ବୋଲି କହିଛନ୍ତି। ପିଲାମାନଙ୍କ ର ସ୍ବାସ୍ଥ୍ୟ ର ଯତ୍ନ, କର୍ମୀ, ସିଦିପିଓ ଙ୍କ ସହ ଆଲୋଚନା ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ ।

ସେଠାରୁ ଏକ ମହିଳା ଗୋଷ୍ଠୀ ଉତ୍ପାଦକ କେନ୍ଦ୍ର ପରିଦର୍ଶନ କରି ସେମାନଙ୍କ ସହ ଉତ୍ପାଦିତ ସାମଗ୍ରୀ ର ଗୁଣବତ୍ତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ମହିଳା ଙ୍କ ଆର୍ଥିକ ବିକାଶ ଓ ସ୍ଵ।ବାଲମ୍ବନ୍ଶିଳ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଗ୍ରାମାଞ୍ଚଳ ବିକାଶ ରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରମୁଖ ଭୂମିକା ରହିଛି । ମଞ୍ଜୁର ଋଣ କୁ ସଠିକ କାର୍ଯ୍ୟ ରେ ଲଗାଇ ଆତ୍ମନିର୍ଭରୀଳ ହେବାକୁ ପରାମର୍ଶ ଦେଇଥିଲେ । ସେହିପରି ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ରାଉତପଡ। ରେ ବୁଣାକାର ଉତ୍ପାଦକ ଗୋଷ୍ଠୀର ର କେନ୍ଦ୍ର ପରିଦର୍ଶନ କରି କାର୍ଯ୍ୟରତ ମହିଳାଙ୍କ ସହ ସରକାରଙ୍କ ବୟାନ ଶିଳ୍ପ ବିଭାଗ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ବୁଝିଥିଲେ। ରାଜ୍ୟ ର ବିକାଶ ରେ ବୟାନ ଶିଳ୍ପ ବିଭାଗ ର ବହୁ ଗୁରୁତ୍ଵ ରହିଛି ବୋଲି କହିଛନ୍ତି । ଏହି ଯୋଜନା ର ଲାଭ ଉଠାଇବା ସହ ଅଧିକରୁ ଅଧିକ ଉନ୍ନତ ମାନ ର ବସ୍ତ୍ର ବୁଣିବା ଉପରେ ଗୁରୁତ୍ବ ଦେଇଥିଲେ ।

ଖୋର୍ଦ୍ଧା ବ୍ଲକ ର ନନ୍ଦପୁର ପଞ୍ଚାୟତର ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀ ମାଗି ଦେବୀ ଓ କୁସୁମ ନାୟକ ଙ୍କ ଘର ପରିଦର୍ଶନ କରିବା ପରେ ମିଶନ ଶକ୍ତି ଗୃହ ପରିଦର୍ଶନ କରି ଉପସ୍ଥିତ ମହିଳାଙ୍କ ସହ ଯୋଜନା ର ଅଗ୍ରଗତି ସମ୍ବନ୍ଧୀୟ ଆଲୋଚନା କରିଥିଲେ ।
ଜଟଣୀ ବ୍ଲକ୍ ର ବେଣାପଞ୍ଜୁରୀ ପଞ୍ଚାୟତ ର ଗ୍ରାମୀଣ ଶିଳ୍ପ ପରିଦର୍ଶନ କରି ଏଠାରେ କାର୍ଯ୍ୟରତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଙ୍କ ସହ ଆଲୋଚନା କରିଥିଲେ ।
ସଚିବ ଙ୍କ ଏହି ଗସ୍ତ ସମୟ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ସ୍ଥାନୀୟ ବିଡ଼ିଓ, ସିଡିପିଓ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now