ସ୍ୱାସ୍ଥ୍ୟ ନାରୀ, ଶସକ୍ତ ପରିବାର ଅଭିଯାନ ସେପ୍ଟେମ୍ବର ୧୭ ରୁ ୨ ଅକ୍ଟୋବର ୨୦୨୫

ଖୋର୍ଦ୍ଧା,(୧୩/୦୯):-  ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ  ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା  ଜ୍ୟୋତି ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ନାରୀ, ଶସକ୍ତ ପରିବାର ଅଭିଯାନ ବିଭିନ୍ନ ଗଣ ସହାୟକ ଜିଲ୍ଲା ସ୍ତରୀୟ ବିଭାଗ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ବୈଠକରେ ଅଧ୍ୟକ୍ଷ ଶ୍ରୀ ସାହୁ ଏପରି ମହତ ଅଭିଯାନକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ସମସ୍ତ ଗଣସହାୟକ ଜିଲ୍ଲା ସ୍ତରୀୟ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ଅଭିଯାନ ଚଳିତ ସେପ୍ଟେମ୍ବର ମାସ ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ଗୁଡ଼ିକ ହେଲା ସମସ୍ତ ମହିଳା ଏବଂ ୧୮ ବର୍ଷ ପର୍ଯ୍ୟନ୍ତ କନ୍ୟା ଶିଶୁ ମାନଙ୍କୁ ବିଭିନ୍ନ ବୟସ ଭିତ୍ତିରେ ଟିକା ପ୍ରଦାନ କରିବା l ୩୦ ବର୍ଷ ଓ ତଦୁର୍ଦ୍ଧ ବୟସର ମହିଳା ମାନଙ୍କର ଉଚ୍ଚ ରକ୍ତ ଚାପ, ମଧୁମେହ ରୋଗ, ମୁଖ ଗହ୍ଵର କର୍କଟ, ସ୍ତନ କର୍କଟ, ରକ୍ତ ହୀନତା, ସିକିଲ ସେଲ ଅନେମିଆ ଏବଂ ଥାଲାସେମିଆ ଚିହ୍ନଟ ଓ ସେବା ଯୋଗାଇବା l ଏହି ଅଭିଯାନ କାର୍ଯ୍ୟକ୍ରମରେ ପନ୍ଦର ପ୍ରକାରର ସେବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଗଣ ସହାୟକ ବିଭାଗ ଯଥା, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି,ପଞ୍ଚାୟତିରାଜ ବିଭାଗ, ସମସ୍ତ ବେସରକାରୀ ଚିକିତ୍ସାଳୟ , କମନ୍ ସର୍ଭିସ୍ ସେଣ୍ଟର୍, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଦି ଗୁରୁତ୍ୱପୂ୍ଣ୍ଣ ବିଭାଗ ଗୁଡିକ ସାମିଲ ହୋଇ ଜିଲ୍ଲାରେ ଯେତେ ମହିଳା ଜନସଂଖ୍ୟା ଅଛନ୍ତି ସମସ୍ତଙ୍କୁ ସାମିଲ କରି ଚିକିତ୍ସା ପ୍ରଦାନକରି ଶତ ପ୍ରତିଶତ ସଫଳତା ହାସଲ କରିବାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ ନିର୍ଦ୍ଦେଶ ଦେଇଥିଲେ l ପ୍ରତ୍ୟେକ ଦିନ କେଉଁ କେଉଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ କମନ ସର୍ଭିସ୍ ସେଣ୍ଟର୍ ରେ କେତେ ମହିଳାଙ୍କୁ ସେବା ଯୋଗାଇ ଦିଆଗଲା, କେତେ ବେସରକାରୀ ଡାକ୍ତର ନିଯୁକ୍ତ କରାଗଲା ସମସ୍ତ ତଥ୍ୟ ଡାଟା ବେସ ପ୍ରସ୍ତୁତ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ l ଜିଲ୍ଲାରେ ୧୨ ଗୋଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,୪୭ ଗୋଟି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର   ଏବଂ୧୬୧୦ କେନ୍ଦ୍ରରେ ଏହି ସେବା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଅଛି l ଏହି ସେବା ସଂପର୍କରେ ବ୍ୟାପକ ଜନସଚେତନତା ନିମନ୍ତେ ଡ଼ାକବାଜି ଯନ୍ତ୍ର ଯୋଗେ ବହୁଳ ଭାବେ ପ୍ରଚାର କରିବା, ପ୍ରାଚୀର ପତ୍ର ବାଣ୍ଟିବାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଓ ବୈଠକର ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ପରିବାର କଲ୍ୟାଣ ଡାକ୍ତର ପ୍ରଦୀପ ସାହୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଯକ୍ଷ୍ମା, ଡାକ୍ତର ଏସ. କେ. ତ୍ରିପାଠୀ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ, ଡାକ୍ତର ଏସ. ପି. ମିତ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ,ଭି ବି ଡି, ଡାକ୍ତର ଜୀବନ କୁମାର ଆଚାର୍ଜୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, କୁଷ୍ଠ , ଡାକ୍ତର ଇନ୍ଦିରା କୁମାରୀ ରଥ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଶୁଭକାନ୍ତ ଗନ୍ତାୟତ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରବୀନ୍ଦ୍ର କୁମାର ପାରମାଣିକ, ହସ୍ପିଟାଲ ମ୍ୟାନେଜର ସୋନାଲି ନନ୍ଦ, ଜିଲ୍ଲା ପରିଚାଳକ,ଆର.ସି. ଏଚ ରୋଜାଲିନ ମହାପାତ୍ର, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଳେନ୍ଦୁ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ବି .ବି.ଓ, ଡାକ୍ତର ଜୟ ନାରାୟଣ ପାଢ଼ୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଡ. ଗୀତାଂଶୁ ମୋହନ ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା,ଏ ଡି ପି  ଏଚ ଓ ,ରୋଗ,ନିୟନ୍ତ୍ରଣ,ଡି ପି ସି ମିଶନ ଶକ୍ତି ସମେତ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *