ଖୋର୍ଦ୍ଧା,(୧୨/୦୯) ଖୋର୍ଦ୍ଧା ଜିଲ୍ଲା ର ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନ (ସିସିଆଇ) ରେ ରହୁଥିବା ଅନ୍ତେବାସୀଙ୍କୁ ନେଇ କ୍ରିଡା ପ୍ରତିଯୋଗିତା, ଏକ ଶିଶୁ ମହୋତ୍ସବ “ଉତ୍ସାହ” କାର୍ଯକ୍ରମ ଶୁକ୍ରବାର ଉଦଘାଟିତ ହୋଇଯାଇଛି ।

ଏହି ମହୋତ୍ସବ ରେ ପ୍ରାୟ ଦେଢ ଶହ ରୁ ଉର୍ଦ୍ଧ ଶିଶୁ ଯୋଗ ଦେଇ ବିଭିନ୍ନ ଖେଳ କୁଦ ରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ । ପୂର୍ବାହ୍ନରେ ସ୍ଥାନୀୟ ଷ୍ଟାଡିଉମ ପରିସର ରେ ପିଲାମାନକ ମଧ୍ଯରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଯଥା ୧୦୦ ମିଟର ଦୌଡ,୨୦୦ ମିଟର ଦୌଡ, ଉଚ୍ଚ ଡିଆଁ ,ଲମ୍ୱ ଡିଆଁ, ଚେସ ଏବଂ କ୍ୟାରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯକ୍ରମ ରେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷ୍ୟ ଅଧିକାରୀ, ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ, ସଦସ୍ୟ କିଶୋର ନ୍ୟାୟ ବୋର୍ଡ ଓ ଅତିରିକ୍ତ କିଶୋର ନ୍ୟାୟ ବୋର୍ଡ, ଏବଂ ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷା ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ପିଲାମାନେ କିପରି ଆଗାମୀ ଦିନରେ ଭଲ ମଣିଷ ହୋଇ ସମାଜ ରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏହା ଶିଶୁଯତ୍ନ ଅନୁଷ୍ଠାନ ର ଦାୟିତ୍ଵ ବୋଲି କହିଥିଲେ।

ଏହି ମହୋତ୍ସବ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଶିଶୁ ମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭା ଉପରେ ଗୁରୁତ୍ୱାରୋପ କରି ଏଇ ପ୍ରତିଭା କୁ କିପରି ଭାବେ ଲୋକଲୋଚନ କୁ ଅଣିହେବ ଏବଂ ସମାଜ ର ମୂଖ୍ୟ ସ୍ରୋତ ରେ ସାମିଲ କରିହେବ ସେହି ବିଷୟରେ ଅଲୋକପାତ କରିଥିଲେ ।

ଏହି ମହୋତ୍ସବ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ସଚିନ୍ଦ୍ର ନାଥ ସାହୁ , ପ୍ରୋବେଶନ ଅଧିକାରୀ ସୌମେନ୍ଦ୍ର ନାୟକ, ଅଣଆନୁଷ୍ଠାନିକ ଅଧିକାରୀ ଅଶୋକ ସେଠୀ, ସାମାଜିକ କର୍ମୀ ରଞ୍ଜନ କୁମାର ଗୋଛାୟାତ , ରିତାଞ୍ଜାଳୀ ମହାନ୍ତି, ଅରୁଣଏନଜୟ ର କଂସଲ୍ଟାଣ୍ଟ ନିରାଲି ପ୍ରଧାନ, ଅର୍ଚନା ରାୟ , ସୁକାନ୍ତ କୁମାର ପୃଷ୍ଟି, ସିବାସିସ ମହାନ୍ତି, ସତ୍ୟ ସାମନ୍ତରା, ସଚିଦାନନ୍ଦ ସେଠୀ, ପ୍ରସୂନ ଶୁକ୍ଳ ପ୍ଲାନ ଇଣ୍ଡିଆ ର ଅଧିକାରୀ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପରାମର୍ଶ ଦାତ୍ରୀ ମାନସ୍ପିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରି କାର୍ଯକ୍ରମ ସମାପ୍ତ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now